Connect with us

ଆଞ୍ଚଳିକ

ସୁନ୍ଦରୀ ଉପରେ ୨୪ ଘଂଟିଆ ନଜର ରଖିଛି କେନ୍ଦ୍ରୀୟ ଟିମ୍ l

ସୁନ୍ଦରୀ ଉପରେ ୨୪ ଘଂଟିଆ ନଜର ରଖିଛି କେନ୍ଦ୍ରୀୟ ଟିମ୍ l

ସୁନ୍ଦରୀ ଉପରେ ୨୪ ଘଂଟିଆ ନଜର ରଖିଛି କେନ୍ଦ୍ରୀୟ ଟିମ୍
ଭୁବନେଶ୍ୱର : ସାତକୋଶିଆ ଅଂଚଳରେ ଆତଙ୍କ ଖେଳାଇଥିବା ବାଘୁଣୀ ‘ସୁନ୍ଦରୀ’ ଏବେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଆଠମଲ୍ଲିକ ବନଖଣ୍ଡ ଭିତରେ ବୁଲୁଛି । ‘ସୁନ୍ଦରୀ’ ଉପରେ ବନ ବିଭାଗ ଓ ଡବ୍ଲୁଆଇଆଇ ଟିମ୍ ୨୪ ଘଂଟିଆ ନଜର ରଖିଛି । ମଣିଷ ମାରିଥିବା ‘ସୁନ୍ଦରୀ’ ଆହୁରି ଭୟଙ୍କର ହୋଇଉଠିଛି । ଜଙ୍ଗଲରେ ଗାଇ, ଗୋରୁ ଓ ଛେଳିକୁ ମଧ୍ୟ ମାରିଥିଲା । ବର୍ତମାନ ହାତୀଧରା ଜଙ୍ଗଲରେ ସୁନ୍ଦରୀ ବୁଲାବୁଲି କରୁଛି ।

ସୁନ୍ଦରୀ ମଧ୍ୟପ୍ରଦେଶକୁ ଫେରିଯିବା ଘଟଣା ଏ ପର୍ଯ୍ୟନ୍ତ କିଛି ଚୂଡ଼ାନ୍ତ ହୋଇନାହିଁ । ଲୋକଙ୍କ କ୍ରୋଧ ଶାନ୍ତ କରିବାକୁ ଆଜି ଏକ ବୈଠକ ବସିବାକୁ ନିଷ୍ପତି ହୋଇଛି । ଏଥିରେ ଜିଲ୍ଲାପାଳ, ଏସ.ପି., ଡି.ଏଫ.ଓ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ବୈଠକ ବସିବ ବୋଲି ଆଡ଼ିସନାଲ ପି.ସି.ସି.ଏଫ୍ ସୁଦର୍ଶନ ପଣ୍ଡା ସୂଚନା ଦେଇଛନ୍ତି । ସେ ଅଂଚଳର ଗ୍ରାମବାସୀମାନେ ସଞ୍ଜ ନଇଁଲେ ତାଟିକବାଟ ପକାଇ ଦେଉଛନ୍ତି । ଭୟରେ କେହି ପଦାକୁ ବାହାରୁ ନାହାନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ