Connect with us

ଅପରାଧ

“ସୁନ୍ଦରୀ’କୁ ଧରିବାକୁ ଅପରେସନ୍ ଜାରି

ସାଙ୍କେତିକ ଚିତ୍ର

“ସୁନ୍ଦରୀ’କୁ ଧରିବାକୁ ଅପରେସନ୍ ଜାରି
ଭୁବନେଶ୍ୱର,୨୫ା୧୦ : ୨ ଦିନ ଧରି ଉଦ୍ୟମ ଜାରୀ ରହିଥିଲେ ହେଁ ସାତକୋଶିଆରେ ବାଘୁଣୀ ସୁନ୍ଦରୀକୁ କାବୁ କରିବା ସମ୍ଭବ ହୋଇନାହିଁ । ଟ୍ରାଙ୍କୁଲାଇଜ୍ କରିବାକୁ ସେଠାକୁ ଯାଇଥିବା ଓୟୁଏଟିର ବିଶେଷଜ୍ଞ ଦଳ ଫେରିଆସିଛି । ମଧ୍ୟପ୍ରଦେଶର କାହ୍ନା ଓ ପେଂଚ ବ୍ୟାଘ୍ର ପ୍ରକଳ୍ପରୁ ବିଶେଷଜ୍ଞମାନଙ୍କୁ ବାଘୁଣୀକୁ କାବୁ କରିବାକୁ ଅଣାଯିବ । ସେମାନେ ୨ ରୁ ୩ ଦିନ ମଧ୍ୟରେ ସେଠାରେ ପହଂଚିବେ । ଗତକାଲି ତୃତୀୟ ଥର ପାଇଁ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବାପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ ।

ତେବେ ସୁନ୍ଦରୀ ସେମାନଙ୍କୁ ଚଖମାଦେଖାଇ ବାଘମୁଣ୍ଡା ଜଙ୍ଗଲରୁ ଛାଂଚୁଣିଆ ଜଙ୍ଗଲ ପଳାଇଥିବା ସୂଚନା ମିଳିଥିଲା । ବର୍ତମାନ କୁମୁରି ଠାରେ ସୁନ୍ଦରୀ ରହିଥିବା ସୂଚନା ମିଳିବା ପରେ ସେଠାରେ ଏକ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି । ସେଥିପାଇଁ ଲୋକମାନଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ତେବେ ବର୍ତମାନ ସୁଦ୍ଧା ସୁନ୍ଦରୀ ଧରାପଡିନଥିବାରୁ ସ୍ଥାନୀୟ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ