Connect with us

ଆଞ୍ଚଳିକ

ଖୁରାନିଆ ବିଏସ୍ଏଫ୍ ଆଇଜି

ସାଙ୍କେତିକ ଚିତ୍ର

ଖୁରାନିଆ ବିଏସ୍ଏଫ୍ ଆଇଜି
ଭୁବନେଶ୍ୱର,୨୫ା୧୦ : ଡେପୁଟେସନରେ କେନ୍ଦ୍ରକୁ ଯାଇଥିବା ଓଡ଼ିଆ କ୍ୟାଡ଼ରର ଆଇ.ପି.ଏସ ଅଧିକାରୀ ୱାଇ.ବି. ଖୁରାନିଆଙ୍କୁ ବି.ଏସ.ଏଫର ଆଇଜି ଭାବେ ନିଯୁକ୍ତି ଦିଆଯାଇଛି । ଶ୍ରୀ ଖୁରାନିଆ ହେଉଛନ୍ତି ୧୯୯୦ ବ୍ୟାଚର ଆଇପିଏସ୍ ଅଧିକାରୀ । ସେ ୫ ବର୍ଷ ପାଇଁ ଏହି ପଦବୀରେ ରହିବେ । ତାଙ୍କ ସ୍ଥାନରେ ବିନୟ ତୋଷ ମିଶ୍ରଙ୍କୁ ଏଡିଜି ପ୍ରୋଭିଜନିଂ ଦାୟିତ୍ୱ ଦିଆଯାଇଛି । ଅସିତ୍ ପାଣିଗ୍ରାହୀଙ୍କୁ କମ୍ୟୁନିକେଶନ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ଓଡ଼ିଶା କ୍ୟାଡ଼ରର ଅନ୍ୟତମ ଆଇପିଏସ ଅଫିସର ନୀତିନଜିତ ସିଂଙ୍କର କେନ୍ଦ୍ର ଡେପୁଟେସନର ଅବଧି ଆଉ ୪ ବର୍ଷ ବୃଦ୍ଧି କରାଯାଇଛି । କେନ୍ଦ୍ର ସରକାର ଏ ସମ୍ପର୍କରେ ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦେଇଥିଲେ । ରାଜ୍ୟ ସରକାର ତାହାକୁ ଅନୁମୋଦନ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ