Connect with us

ଆଞ୍ଚଳିକ

ସୁଜନପୁରରେ ଖୋଲିଲା ଧାନମଣ୍ଡି

ସାଙ୍କେତିକ

ସୁଜନପୁରରେ ଖୋଲିଲା ଧାନମଣ୍ଡି
ଧର୍ମଶାଳା :- ଯାଜପୁର ଜିଲା ବରୀ ନିର୍ବାଚନ ମଣ୍ଡଳୀ ଯାଜପୁର ବ୍ଲକ ସୁଜନପୁର ପଂଚାୟତ ସୁଜନପୁର ପ୍ରାଥମିକ କୃଷି ସେବା ସମବାୟ ସମିତି ପକ୍ଷରୁୁ ସୋମବାର ଦିନ ଧାନ ମଣ୍ଡି ଖୋଲାଯାଇଛି । ଏହି ଧାନ ମଣ୍ଡିକୁ ପ୍ରାଥମିକ କୃଷି ସେବା ସମବାୟ ସମିିତିର ସଭାପତି ପ୍ରଫୁଲ୍ଲ ବିଶ୍ୱାଳ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ।

ଏହି ଉଦ୍ଘାଟନ ଉତ୍ସବରେ ସମିତିିର ସମ୍ପାଦକ ରାଜକିଶୋର ଦାସ, ସହ-ସମ୍ପାଦକ ଦିଲ୍ଲୀପ ମିଶ୍ର, ରାଧାଶ୍ୟାମ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ଚାଷୀ ସେମାନଙ୍କର ଧାନକୁ ଏହି ମଣ୍ଡିରେ ବିକ୍ରି କରିବା ପାଇଁ ସେବା ସମବାୟ ସମିତି ପକ୍ଷରୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଇଛି ବୋଲି ସଭାପତି ଶ୍ରୀ ବିଶ୍ୱାଳ ସୂଚନା ଦେଇଥିଲେ । ବିଗତ ବର୍ଷ ପରି ଚଳିତ ବର୍ଷ ଏ ଅଂଚଳର ଚାଷୀ ସେମାନଙ୍କର ଉତ୍ପାଦିତ ଧାନକୁ ମଣ୍ଡିରେ ବିକ୍ରି କରିପାରିବେ ବୋଲି ପ୍ରକାଶ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ