Connect with us

ଆଞ୍ଚଳିକ

୭ତମ ସର୍ବଭାରତୀୟସ୍ତରୀୟ ହ୍ୟାଣ୍ଡବଲ ଚମ୍ପିଆନସିପ୍: ମହିଳା ଓ ପୁରୁଷବର୍ଗରେ ଝାରଖଣ୍ଡ ଚମ୍ପିଆନ୍

ସାଙ୍କେତିକ

୭ତମ ସର୍ବଭାରତୀୟସ୍ତରୀୟ ହ୍ୟାଣ୍ଡବଲ ଚମ୍ପିଆନସିପ୍: ମହିଳା ଓ ପୁରୁଷବର୍ଗରେ ଝାରଖଣ୍ଡ ଚମ୍ପିଆନ୍
କେନ୍ଦୁଝର :- କେନ୍ଦୁଝରଠାରେ ଆୟୋଜିତ୭ତମ ସର୍ବଭାରତୀୟସ୍ତରୀୟ ପୁରୁଷ ଓ ମହିଳା ହ୍ୟାଣ୍ଡବଲ ଚମ୍ପିଆନସିପର ମହିଳା ଓ ପୁରୁଷବର୍ଗରେ ଝାରଖଣ୍ଡ ଦଳ ଚମ୍ପିଆନ୍ ହୋଇଛନ୍ତି ।ଜଗତସିଂହପୁର ଓ ଝାରଖଣ୍ଡ ମହିଳା ଦଳ ମଧ୍ୟରେ ଅନୁଷ୍ଠିତ ଫାଇନାଲରେ ଝାରଖଣ୍ଡ୧୧-୦୬ଗୋଲରେ ଜଗତସିଂହପୁରକୁ ହରାଇ ଚଳିତ ବର୍ଷର ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଛି । ପୁରୁଷବର୍ଗରେ ଝାରଖଣ୍ଡ ହ୍ୟାଣ୍ଡବଲ ଟିମ୍ ଓଡିଶା ପୋଲିସ ହ୍ୟାଣ୍ଡବଲଟିମ୍କୁ ୧୫-୧୩ଗୋଲରେ ପରାସ୍ତ କରି ଚମ୍ପିଆନ୍ ହୋଇଛି । ପୁର୍ବରୁ ମହିଳା ବିଭାଗ ସେମିଫାଇନାଲରେ ଝାରଖଣ୍ଡ ଯାଜପୁରକୁ ୧୬-୮ ଗୋଲରେ ହରାଇ ଥିବା ବେଳେ

ଜଗତସିଂହପୁର ପଶ୍ଚିମବଙ୍ଗକୁ ୧୩-୭ ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଥିଲେ । ସେହିପରି ପୁରୁଷ ବିଭାଗରେ ଝାରଖଣ୍ଡ ଝାରଖଣ୍ଡ ପୁଲିସକୁ ୧୩-୧୧ ଗୋଲରେ ପରାସ୍ତ କରିଥିବା ବେଳେ ଓଡିଶା ପୋଲିସ କେନ୍ଦୁଝରକୁ ୧୮-୧୭ ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଥିଲେ । ଆଜିର ଏହ ିଖେଳରେ କେନ୍ଦୁଝରର ପୁରୁଷ ଓ ମହିଳା ଦଳର ଦୁଇ ଗୋଲକିପର ମଧୁସ୍ମିତା ସେଠୀ ଓ ଦୁର୍ଗାମାଧବ ଭୁୟାଁ ବେଷ୍ଟ ଗୋଲ କିପର ହୋଇଥିବା ବେଳେ ଝାରଖଣ୍ଡ ପୁରଷ ଦଳର ସୟଦ ଆଜାର ହୁସେନ ଓ ଜଗତସିଂପୁର ମହିଳା ଦଳର ସ୍ନେହଲତା ବେହେରା ବେଷ୍ଟଖେଳାଳୀ ଭାବେ ବିବେଚିତ ହୋଇଥିଲା ।ଏହ ସମାରୋହରେ ଏମ ଏସ ପି ଷ୍ଟିଲର ସଭାପତି ଦେବବ୍ରତ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବସନ୍ତ କୁମାର ଦାନି ଓ ରିତିକ ଅଧିକାରୀ ସମ୍ନାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ