Connect with us

ଓଡିଶା

ସି.ପି.ଆଇ.(ଏମ୍) ପକ୍ଷରୁ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ

ସାଙ୍କେତିକ

ସି.ପି.ଆଇ.(ଏମ୍) ପକ୍ଷରୁ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ
ଭୁବନେଶ୍ୱର, ୦୨ ଅକ୍ଟୋବର- ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ସି.ପି.ଆଇ.(ଏମ୍) ରାଜ୍ୟ କାର୍ଯ୍ୟାଳୟ ‘ସଭାକକ୍ଷ’ ରେ ମହାତ୍ମାଗାନ୍ଧୀଙ୍କ ଫୋଟୋ ଚିତ୍ର ଉପରେ ପାର୍ଟିର ବରିଷ୍ଠ ନେତା ଜନାର୍ଦ୍ଦନ ପତିଙ୍କ ସମେତ ଜଗନ୍ନାଥ ମିଶ୍ର, ଦୁଷ୍ମନ୍ତ ଦାସ, ସୁରେଶ ପାଣିଗ୍ରାହୀ, ବସନ୍ତ ମାଝୀ, ଯତିନ୍ ମହାନ୍ତି, ପ୍ରଭାତ ପାଣିଗ୍ରାହୀ, ପ୍ରଣତୀ ସାହୁ ଓ ମିନତୀ ପାଣିଗ୍ରାହୀ ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ମହାତ୍ମାଗାନ୍ଧୀଙ୍କ ଜନ୍ମ ଦିବସରେ ଗାନ୍ଧୀଙ୍କ ସ୍ୱାଧୀନତା ଆନ୍ଦୋଳନର ଅବଦାନ ଠାରୁ ଭାରତର ଐକ୍ୟ ଓ ସଂହତି, ଜାତି ଧର୍ମ, ସଂପ୍ରଦାୟ ମଧ୍ୟରେ ଭାଇଚାରା ପାଇଁ ଆତ୍ମବଳୀଦାନ ବିଷୟରେ ଆଲୋଚନା କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା