Connect with us

ଆଞ୍ଚଳିକ

ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ l

ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ l

ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ l
ଭୁବନେଶ୍ୱର,୨୯ା୮: ରାଜ୍ୟରେ ଦେଖାଦେଇଥିବା ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ରାଜ୍ୟ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ସଚିବାଳୟଠାରେ ଏହି ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବା ସହ ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ତାଙ୍କୁ କୁହାଯାଇଛି । ଛତିଶଗଡ଼ରୁ ଅଧିକ ମାତ୍ରାରେ ବନ୍ୟା ଜଳ ଆସୁଥିବାରୁ ହୀରାକୁଦର ୨୫ଟି ଗେଟ୍ ଖୋଲାଯାଇଛି । ଯାହାଫଳରେ ନିଷ୍କାସିତ ହେଉଥିବା ଜଳ ଏବଂ ହୀରାକୁଦର ନିମ୍ନ ଅଂଚଳର ଜଳ ନଦୀରେ ମିଶିଥିବାରୁ ଆଜି ରାତି ଓ ଆସନ୍ତା କାଲି ସକାଳ ସୁଦ୍ଧା ମୁଣ୍ଡୁଳିଠାରେ ୮.୫ ଲକ୍ଷ ଘନଫୁଟ ପାଣି ପ୍ରବାହିତ ହେବ ବୋଲି ସମ୍ପୃକ୍ତ ବିଭାଗୀୟ କର୍ତୃପକ୍ଷ ସୂଚନା ଦେଇଥିଲେ ।

ଏହା ଦ୍ୱାରା ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ନୟାଗଡ଼, ଅନୁଗୋଳ, କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ଯାଜପୁର ଆଦି ୧୧ଟି ଜିଲ୍ଲାରେ ନିମ୍ନରୁ ମଧ୍ୟମ ଧରଣର ବନ୍ୟା ହେବାର ସମ୍ଭାବନା ରହିଛି ବୋଲି ସମ୍ପୃକ୍ତ ବିଭାଗୀୟ କର୍ତୃପକ୍ଷ ସୂଚନା ଦେଇଥିଲେ ।
ଦୁର୍ବଳ ଏବଂ ବିପଦସଂକୁଳ ନଦୀବନ୍ଧର ସୁରକ୍ଷା, ତଳୁଆ ଅଂଚଳର ଲୋକଙ୍କୁ ସ୍ଥାନାନ୍ତରଣ, ଖାଦ୍ୟ ପାନୀୟ ଜଳ, ଔଷଧ ଆଦି ବିଭିନ୍ନ ଜରୁରୀ ସାମଗ୍ରୀ ମହଜୁଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହାସହିତ ୩ଟି ଏନଡିଆରଏଫ, ୩ଟି ଓଡ଼୍ରାଫ ଟିମ୍, ୧୯୮ଟି ବୋଟ ଓ ୪୭୪ଟି ଆଶ୍ରୟ ଗୃହ ପ୍ରସ୍ତୁତ ରହିଛି ବୋଲି ଏସ.ଆର.ସି ଜଣାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ