Connect with us

ଓଡିଶା

ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ ଓକିଲଙ୍କ ଆନ୍ଦୋଳନ

ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ ଓକିଲଙ୍କ ଆନ୍ଦୋଳନ
ଭୁବନେଶ୍ୱର,୨୬ା୯ : କଟକରେ ଆଇନଜୀବୀଙ୍କୁ ପୋଲିସର ମାଡ଼ ମାରିବା ଘଟଣାରେ ଶୁକ୍ରବାର ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଅ ।ନ୍ଦୋଳନୁ •ଲୁ ରଖିବାକୁ ଓକିଲ ସଂଘ ନିଷ୍ପତି ନେଇଛି । ବୁଧବାର ଅପରାହ୍ଣରେ ବସିଥିବା ହାଇକୋର୍ଟ ଓକିଲ ସଂଘ କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏହାସହ ସଂଘ ପକ୍ଷରୁ ଗୁରୁବାର ପ୍ରସ୍ତାବିତ ନବୀନ ନିବାସ ଘେରାଉ ନିଷ୍ପତିକୁ ସ୍ଥଗିତ ରଖାଯାଇଛି । ମୁଖ୍ୟମନ୍ତ୍ରୀ ଏବେ ରାଜ୍ୟ ବାହାରେ ଥିବାରୁ ଆସନ୍ତାକାଲି ଘେରାଉ ନକରିବାକୁ ନିଷ୍ପତି ହୋଇଛି । ଆସନ୍ତା ଶୁକ୍ରବାର ପୁନର୍ବାର ଏକ ବୈଠକ ବସି ପରବର୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଓକିଲ ସଂଘ କହିଛି ।

ଅପରପକ୍ଷରେ ପୋଲିସକୁ ଗିରଫ କଲେ ବା ଗିରଫ କରିବା ପାଇଁ ସରକାରଙ୍କ ଉପରେ ଚାପ ସୃଷ୍ଟି କରାଗଲେ ଆନ୍ଦୋଳନ କରାଯିବ ବୋଲି ଓଡ଼ିଶା ରାଜ୍ୟ ପୋଲିସ ହାବିଲଦାର କନଷ୍ଟେବଳ ସିପାହୀ ମହାସଂଘ ପକ୍ଷରୁ ଚେତାବନୀ କରି ଦିଆଯାଇଛି । ସଂଘର ସଭାପତି ସନ୍ତୋଷ ପତି ପରାମର୍ଶ ଦେଇ କହିଛନ୍ତି ଯେ, ଏହି ଚାପ ସୃ୍ଷ୍ଟି କରିବା ଉଦ୍ୟମରୁ ଓକିଲମାନେ ନିବୃତ ରୁହନ୍ତୁ । ଉଲ୍ଲେଖଯୋଗ୍ୟ ଆଇନଜୀବୀଙ୍କୁ ମାଡ ମାରିବା ଘଟଣାରେ ଗତକାଲି କ୍ରଇମବ୍ରାଂଚ ପୋଲିସ୍ କର୍ମଚାରୀ ଦିଲ୍ଲୀପ ସିଂ ଓ ହୋମଗାର୍ଡ କିଶୋର ଜେନାଙ୍କୁ ଗିରଫ କରିବା ପରେ କୋର୍ଟ •ଲାଣ କରିଛି । ଏହି ଘଟଣାକୁ ନେଇ ପୂର୍ବରୁ ତିନିଜଣ ପୋଲିସଙ୍କୁ •କିରୀରୁ ନିଲମ୍ବନ କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା