Connect with us

ଓଡିଶା

ଲାପଟପ ବଂଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସାଙ୍କେତିକ

ଲାପଟପ ବଂଟନ କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁୁବନେଶ୍ୱର, ୦୬ ଡିସେମ୍ବର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଲୋକସେବା ଭବନ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୨୦୧୯-୨୦ ବର୍ଷ ପାଇଁ ଲାପଟପ ବଂଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ଦଶ ଜଣ ଯୁକ୍ତ ଦୁଇର ମେଧାବୀ ଛାତ୍ର- ଛାତ୍ରୀ ମାନଙ୍କୁ ଲାପଟପ ପ୍ରଦାନ କରି ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।
ଏହି ଅବସରରେ ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ର ସୂଚନା ଦେଇ କହିଥିଲେ ଯେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୧୫ ହଜାର ଛାତ୍ର – ଛାତ୍ରୀଙ୍କୁ ଲାପଟପ ପ୍ରଦାନ କରାଯିବ । ଏଥିରୁ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ର ଛାତ୍ରୀ ୫୫୦୯ ଜଣ ଓ ସାଧାରଣ ବର୍ଗର ୯୪୯୧ ଜଣ ଛାତ୍ର ଛାତ୍ରୀ ଅଛନ୍ତି ।
ସୂଚନା ଯୋଗ୍ୟ ଯେ ବିଜୁ ସଶକ୍ତିକରଣ ଯୋଜନାରେ ଯୁକ୍ତ ଦୁଇ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ୨୦୧୩ ମସିହା ଠାରୁ ମାଗଣାରେ ଲାପଟପ ବଂଟନ କରା ଯାଉଛି । ବର୍ତମାନ ସୁଦ୍ଧା ସମୁଦାୟ ୯୦୨୦୩ ଜଣ ଛାତ୍ର ଛାତ୍ରୀଙ୍କୁ ଲାପଟପ ବଂଟନ କରା ଯାଇଛି । ଚଳିତ ବର୍ଷ ଏଥି ପାଇଁ ଚୟନ ପ୍ରକ୍ରିୟାରେ ବ୍ୟାପକ ପରିବର୍ତନ କରା ଯାଇ ରାଜ୍ୟ ସ୍ତରୀୟ ମେଧା ତାଲିକା ପରିବର୍ତେ ଜିଲ୍ଲା ସ୍ତରୀୟ ମେଧାତାଲିକା ପ୍ରସ୍ତୁତ କରା ଯାଇଛି । ଏହା ଦ୍ୱାରା ରାଜ୍ୟର ସମସ୍ତ ୩୦ ଗୋଟି ଜିଲ୍ଲ୍ାର ଛାତ୍ର – ଛାତ୍ରୀ ଏଥିରେ ସାମିଲ ହୋଇ ପାରିଛନ୍ତି । ଚଳିତ ବର୍ଷ ଓସିଓସି ମାଧ୍ୟମରେ ଲାପଟପ ସଂଗ୍ରହ କରା ଯାଇ ୩୦ ଗୋଟି ନୋଡାଲ ସେଂଟରକୁ ବଂଟନ ପାଇଁ ପଠା ଯାଇଛି ।
ଏହି କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ, ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା