Connect with us

ଓଡିଶା

ଲାଂଚ କାରବାର ଯୋଗୁଁ ଇନ୍ଦିରା ଆବାସ ନିର୍ମାଣ ପ୍ରଭାବିତ ହୋଇନି

ଲାଂଚ କାରବାର ଯୋଗୁଁ ଇନ୍ଦିରା ଆବାସ ନିର୍ମାଣ ପ୍ରଭାବିତ ହୋଇନି

ଲାଂଚ କାରବାର ଯୋଗୁଁ ଇନ୍ଦିରା ଆବାସ ନିର୍ମାଣ ପ୍ରଭାବିତ ହୋଇନି
ଭୁୁବନେଶ୍ୱର:- ରାଜ୍ୟରେ ୨୦୦୦-୦୧ ଠାରୁ ଅଦ୍ୟାବଧି ୧୭ଲକ୍ଷ ୨୫ ହଜାର ୨୧୭ଟି ଇନ୍ଦିରା ଆବାସ ଘର ନିର୍ମାଣ ପାଇଁ ମଂଜୁରୀ ହୋଇଛି । ଏଥିମଧ୍ୟରୁ ୧୬ ଲକ୍ଷ ୮୩ ହଜାର ୫୩୧ଟି ଘର ନିର୍ମାଣ ଶେଷ ହୋଇଛି । ୪୧ ହଜାର ୬୮୬ ଘର ନିର୍ମାଣଧୀନ ଅଛି । ଲାଂଚ କାରବାର ଯୋଗୁଁ କୌଣସି ଇନ୍ଦିରା ଆବାସ ଘର ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିବା ସରକାରଙ୍କ ଦୃଷ୍ଟି ଗୋଚର ହୋଇ ନାହିଁ ବୋଲି ପଂଚାୟତ ରାଜ ମନ୍ତ୍ରୀଙ୍କ ପକ୍ଷରୁ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭାରେ ପ୍ରକାଶ କରିଛନ୍ତି ।
କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତର ଦେଇ ସେ କହିଛନ୍ତି ଯେ ୨୦୧୬-୧୭ ଠାରୁ ପ୍ରଚଳିତ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟରେ ଅଦ୍ୟାବଧି ୯ ଲକ୍ଷ ୯୨ ହଜାର ୫୫୮ ଗୃହ ମଂଜୁରୀ ହୋଇଛି । ତନ୍ମଧ୍ୟରୁ ୬ ଲକ୍ଷ ୮୨ହଜାର ୭୯୨ ଘର ନିର୍ମାଣ ହୋଇଛି । ୩ ଲକ୍ଷ୯ ହଜାର୭୬୩ ଘର ନିର୍ମାଣଧୀନ ଅଛି । ବିଜୁ ପକ୍କା ଘର ଯୋଜନାରେ ରାଜ୍ୟରେ ଅଦ୍ୟାବଧି ୩ ଲକ୍ଷ ୫୯ ହଜାର ୧୦୨ ଗୃହ ନିର୍ମାଣ ପାଇଁ ମଂଜୁରୀ ହୋଇଛି । ସେଥିରୁ ୨ ଲକ୍ଷ ୯୧ ହଜାର ୮୬୬ ଘର ନିର୍ମାଣ ହୋଇଛି । ୬୭ ହଜାର ୨୩୬ ଘର ନିର୍ମାଣଧୀନ ରହିଛି ।
ଆରମ୍ଭ ହୋଇଥିବା ପକ୍କା ଘର ଯୋଜନା (ଖଣି)ରେ ଆର୍ଥିକ ବର୍ଷ ୨୦୧୬-୧୭ ଅଦ୍ୟାବଧୀ ୨୯,୮୨୯ଟି ନିର୍ମାଣ ପାଇଁ ମଂଜୁର ହୋଇଛି । ତନ୍ମଧ୍ୟରୁ ୨୩,୯୯୬ଟେି ଘର ନିର୍ମାଣ ହୋଇଛି ଓ ୫୮୩୩ ଘର ନିର୍ମାଣଧୀନ ଅଛି । ରାଜ୍ୟରେ ୨୦୧୬-୧୭ ଆର୍ଥିକ ବର୍ଷରୁ ଆରମ୍ଭ ହୋଇଥିବା ନିର୍ମାଣ ଶ୍ରମିକ ଯୋଜନରେ ଅଦ୍ୟାବଧି ୬,୯୧୨ଟି ପକ୍କାଘର ମଂଜୁର ହୋଇଛି । ତନ୍ମଧ୍ୟରୁ ୫,୧୫୨ଟି ଘର ନିର୍ମାଣ ହୋଇଛି ଓ ୧,୭୬୦ ଘର ନିର୍ମାଣଧୀନ ଅଛି ବୋଲି ମନ୍ତ୍ରୀ ଗୃହକୁ ଜଣାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା