Connect with us

ଓଡିଶା

ଚୋର ମଚାଏ ସୋର : ନରସିଂହ ମିଶ୍ର

ସାଙ୍କେତିକ ଚିତ୍ର

ବିଜେପିର ଅଭିଯୋଗ ପ୍ରସଙ୍ଗ
ଚୋର ମଚାଏ ସୋର : ନରସିଂହ ମିଶ୍ର
ଭୁୁବନେଶ୍ୱର :- କଂଗ୍ରେସ ଭାଇ ଭାଇ ନୁହନ୍ତି ବରଂ ବିଜେଡି-ବିଜେପି ଭାଇ ଭାଇ । ଏ କଥା ଆମେ ଆଗରୁ କହି ଆସିଚୁ । ଏବେ ବି କହୁଛୁ ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି । ଚୋର ମଚାଏ ସୋର । ବିଜେପି ଆଗାମୀ ନିର୍ବାଚନରେ ସଫଳତା ପାଇବେ ନାହିଁ ବୋଲି ଜାଣିସାରିଛନ୍ତି । ତେଣୁ ସେମାନେ ହତୋତ୍ସାହ ହୋଇ ଏଭଳି ଭାବେ ମନ୍ତବ୍ୟ ରଖୁଛନ୍ତି । କଂଗ୍ରେସ ଓ ବିଜେଡି ମଧ୍ୟରେ ସମ୍ପର୍କ କଣ ତାହା ବିଧାନସଭା ପ୍ରୋସିଡିଂରୁ ଜଣାପଡିବ । ଚିଟଫଣ୍ଡ ଦୁର୍ନୀତି ସମ୍ପର୍କରେ ବିଗତ ବିଧାନସଭା ମାନଙ୍କରେ କହିବାକୁ ଚାହିଁଥିଲା ବେଳେ ଶାସକ ଦଳ ସେ ସୁଯୋଗ ଦେଲେ ନାହିଁ । ସେତେବେଳେ ବିଜେପି ଦଳ କୁଆଡେ ଥିଲେ । ଜଣ୍ଡିସ୍ ରୋଗୀଙ୍କୁ ଯେପରି ସବୁ ହଳଦିଆ ଦେଖାଯାଏ ସେହିପରି ବିଜେପିକୁ ସବୁ ହଳଦିଆ ଦେଖାଯାଉଛି ବୋଲି ସେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା