Connect with us

ଓଡିଶା

ଯୋଗେଶ ସିଂହ କଂଗ୍ରେସରୁ ନିଲମ୍ବିତ

ସାଙ୍କେତିକ

ଯୋଗେଶ ସିଂହ କଂଗ୍ରେସରୁ ନିଲମ୍ବିତ
ଭୁବନେଶ୍ୱର,୧୭ା୧ : ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହ କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି । ଦଳ ବିରୋଧୀ ମନ୍ତବ୍ୟ ପାଇଁ ଗୁରୁବାର ତାଙ୍କୁ କଂଗ୍ରେସରୁ ନିଲମ୍ବିତ କରାଯାଇଥିବା ପିସିସି ଶୃଙ୍ଖଳା କମିଟି ଆବାହକ ଅନନ୍ତ ସେଠୀ କହିଛନ୍ତି । ଏଆଇସିସିର ଅନୁମୋଦନ କ୍ରମେ ଶ୍ରୀ ସିଂହଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ଶ୍ରୀ ସେଠୀ କହିଛନ୍ତି ।

ବୁଧବାର ନବ ଦାସ କଂଗ୍ରେସରୁ ବିଦା ହେବା ପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା । ତେବେ ଆଜି ଯୋଗେଶ ସିଂହ କଂଗ୍ରେସରୁ ନିଲମ୍ବିତ ହେବା ପରେ ଦଳକୁ ଝଟକା ଲାଗିଛି । କଂଗ୍ରେସରୁ ନିଲମ୍ବିତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବା କ’ଣ ଦଳ ବିରୋଧୀ କାର୍ଯ୍ୟ ବୋଲି ଶ୍ରୀ ସିଂହ ଓଲଟା ପ୍ରଶ୍ନ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା