Connect with us

ଓଡିଶା

ବିନା ମୂଲ୍ୟରେ ମିିଳିବ ରକ୍ତ

ସାଙ୍କେତିକ

ସମସ୍ତ ସରକାରୀ ମେଡିକାଲ କଲେଜରେ ମିଳିବ ମାଗଣା ସ୍ୱାସ୍ଥ୍ୟସେବା
ବିନା ମୂଲ୍ୟରେ ମିିଳିବ ରକ୍ତ
ଭୁବନେଶ୍ୱର,୧୭ ।୧: ଏଣିକି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ସରକାରୀ ମେଡ଼ିକାଲ କଲେଜ ହସ୍ପିଟାଲ ମାନଙ୍କରେ ମାଗଣାରେ ସ୍ୱାସ୍ଥ୍ୟ ସେବା ଆସନ୍ତା ମାସ ୧ ତାରିଖରୁ ଉଭୟ ଏପିଲ ଓ ବିପିଏଲ ବର୍ଗର ଲୋକମାନେ ପାଇବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କରେ ବିଧିବଦ୍ଧ ଭାବରେ ଘୋଷଣା କରିଛନ୍ତି । ଏହା ବ୍ୟତୀତ ଏପିଏଲ ବିପିଏଲ ବର୍ଗର ରୋଗୀମାନେ ରକ୍ତଭଣ୍ଡାରରୁ ମାଗଣାରେ ରକ୍ତ ମଧ୍ୟ ପାଇପାରିବେ ।

ପୂର୍ବରୁ ଏହି ମାଗଣା ସ୍ୱାସ୍ଥ୍ୟ ସେବା ସୁବିଧା ସବ ସେଂଟର ଠାରୁ ଆରମ୍ଭ କରି ଜିଲ୍ଲା ହସ୍ପିଟାଲ ପର୍ଯ୍ୟନ୍ତ ଦିଆଯାଉଥିଲା । ଏବେ ସମସ୍ତ ସରକାରୀ ମେଡ଼ିକାଲ କଲେଜକୁ ସମ୍ପ୍ରସାରିତ କରାଯାଇଛି । ସେ କହିଛନ୍ତି ଯେ, ୨୦୧୮ ଅଗଷ୍ଟ ୧୫ ତାରିଖରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ ହୋଇଥିଲା । ଏହି ଯୋଜନା ଦ୍ୱାରା ୨.୨୫ କୋଟି ଲୋକ ତତକ୍ଷଣାତ୍ ମାଗଣା ସ୍ୱାସ୍ଥ୍ୟ ସେବା ପାଇସାରିଛନ୍ତି । ଏହି ମାଗଣା ସ୍ୱାସ୍ଥ୍ୟ ସେବା ପାଇଁ ଆୟ ପ୍ରମାଣ ପତ୍ର, ବାସିନ୍ଦା ପ୍ରମାଣ ପତ୍ର କିମ୍ବା ଅନ୍ୟ ପ୍ରମାଣ ପତ୍ରର ଆବଶ୍ୟକତା ନାହିଁ । ଏହି ଏପିଏଲ ଓ ବିପିଏଲ ରୋଗୀମାନଙ୍କୁ ମାଗଣାରେ ବେଡ଼, ଅସ୍ତ୍ରୋପଚାର, ଓଟି ସୁବିଧା ଓ ଆଇସିୟୁ ସୁବିଧା ଯୋଗାଇ ଦିଆଯିବ ।

ଏଥିପାଇଁ ରାଜ୍ୟ ସରକାର ରାଜ୍ୟ ବଜେଟରେ ୧୦୦ କୋଟି ଟଙ୍କାର ଅତିରିକ୍ତ ଅର୍ଥର ବ୍ୟବସ୍ଥା କରିଛନ୍ତି । ୭୦ ଲକ୍ଷ ପରିବାରର ପୁରୁଷ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଓ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମହିଳା ବର୍ଷକୁ ଘରୋଇ ହସ୍ପିଟାଲ ମାନଙ୍କରେ ସୁବିଧା ପାଇପାରିବେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା