Connect with us

ଓଡିଶା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ।

ସାଙ୍କେତିକ ଚିତ୍ର

ଭୁବନେଶ୍ୱର: ହଠାତ ଭୁବନେଶ୍ୱରରେ ରାଜନୈତିକ ଟୁପୁରୁ ଟାପୁରୁ ଆରମ୍ଭ ହୋଇଯାଇଥିଲା ଏକ ଖବରକୁ ନେଇ । ଖବର ଥିଲା ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ , ପରେ ପରେ ଆସିଲା ସ୍ପଷ୍ଟୀକରଣ ।  ଚର୍ଚାରେ ଲାଗିଲା ବିରାମ । ଜଣାପଡିଲା ଯେ , ଭୁତାଣୁ ଜନିତ ଜ୍ୱର ଏବଂ ଥଣ୍ଡାରେ ଆକ୍ରାନ୍ତ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ହୋଇପଡ଼ିଛନ୍ତି ।

ମୁଖ୍ୟମନ୍ତ୍ରୀ ସୁସ୍ଥ ନ ହେବା ପର୍ଯ୍ୟନ୍ତ ତାଙ୍କୁ ବିଶ୍ରାମ ଆବଶ୍ୟକ ବୋଲି ତାଂକ ଡାକ୍ତର ପରାମର୍ଶ ଦେଇଛନ୍ତି । ତେବେ ସେ ସଚିବାଳୟସ୍ଥିତ ନିଜ ଅଫିସକୁ ନିୟମିତ ଆସିବେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏଥି ଯୋଗୁଁ ଆସନ୍ତା ଦୁଇ ଦିନ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରି ଦିଇଛି । ସାମୟିକ ଅସୁସ୍ଥତା ହେତୁ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ ବିଶ୍ରାମ ନେବେ ବୋଲି ଜଣାପଡ଼ିଛି । ଏଠାରେ ଉଲ୍ଲେଖଯୋଗ୍ୟଯେ ,ଗତକାଲି ମୁଖ୍ୟମନ୍ତ୍ରୀ ଚେନ୍ନାଇ ଠାରେ କମଲ ହାସନଙ୍କ ସହ ଆଲୋଚନା କରିଥିଲେ ଓ ସୁସ୍ଥ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା