Connect with us

ଅପରାଧ

ତ୍ରିପୁରା ମୁଖ୍ୟମନ୍ତ୍ରୀ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଦେବାକୁ ଦେଲେ ପ୍ରତିଶ୍ରୁତି

ସାଙ୍କେତିକ ଚିତ୍ର

ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର
ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଦେବାକୁ ଦେଲେ ପ୍ରତିଶ୍ରୁତି
ଭୁବନେଶ୍ୱର,୨୭ା୯ : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ଓଡ଼ିଆ ପିଲାଙ୍କ ସୁରକ୍ଷା ନେଇ ଆଶ୍ୱାସନା ଦେଇଛନ୍ତି ତ୍ରିପୁରା ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ନିଜ ଟ୍ୱିଟର ପୃଷ୍ଠାରେ ଓଡ଼ିଆ ପିଲାଙ୍କ ସମେତ ରାଜ୍ୟରେ ପଢ଼ୁଥିବା ବାହାର ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ପ୍ରତିଶ୍ରୁତି ଦେଇଛନ୍ତି । ଶ୍ରୀ ଦେବ ନିଜ ଟ୍ୱିଟରେ ଲେଖିଛନ୍ତି ଯେ, ଓଡ଼ିଶାର ଛାତ୍ରଛାତ୍ରୀ ମଧ୍ୟ ତ୍ରିପୁରାର ସନ୍ତାନ । ମା’ ତ୍ରିପୁରାସୁନ୍ଦରୀଙ୍କ ରାଜ୍ୟରେ ଅସାମାଜିକ କାର୍ଯ୍ୟ ଗ୍ରହଣୀୟ ନୁହେଁ । ସାରା ଦେଶର ଛାତ୍ରଛାତ୍ରୀଙ୍କୁ ତ୍ରିପୁରାରେ କଡା ସୁରକ୍ଷା ଦେବାକୁ ପ୍ରତିଶ୍ରୁତି ଦେଉଛି । କେନ୍ଦ୍ର ମନ୍ଦ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଜି କଥା ହୋଇ ଓଡ଼ିଆ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତିଶ୍ରୁତି ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ତ୍ରିପୁରା ରାଜ୍ୟର ରାଜଧାନୀ ଅଗରତାଲାସ୍ଥିତ ରାଧାନଗର ଏକଲବ୍ୟ ପରିସର ମଧ୍ୟରେ ଥିବା ରାଷ୍ଟ୍ରୀୟ ସଂସ୍କୃତ ଅନୁଷ୍ଠାନରେ ପାଠ ପଢ଼ୁଥିବା ୧୫୦ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ସ୍ଥାନୀୟ ଛାତ୍ରଛାତ୍ରୀମାନେ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଓଡ଼ିଆ ଛାତ୍ର ଲକ୍ଷ୍ମୀକାନ୍ତ ପାଣିଗ୍ରାହୀଙ୍କ କହିବା ଅନୁଯାୟୀ, ଗୁରୁଦିବସ ପାଇଁ ପ୍ରତି ଛାତ୍ରଛାତ୍ରୀଙ୍କ ଠାରୁ ୫୦ ଟଙ୍କା ଲେଖାଏଁ ଚାନ୍ଦା ଆଦାୟ ହୋଇଥିଲା । ପରେ ସେମାନେ ଖର୍ଚ୍ଚର ହିସାବ ମାଗିଥିଲେ । ମାତ୍ର ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ଥାନୀୟ ଛାତ୍ରଛାତ୍ରୀମାନେ ସେମାନଙ୍କୁ ଆକ୍ରମଣ କରିଥିଲେ । ଏପରିକି ପୋଲିସର ଉପସ୍ଥିତିରେ ମଧ୍ୟ ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ ଗୋଟିଏ ରୁମ୍ ଭିତରେ ପୂରାଇ ନିସ୍ତୁକ ମାଡ ମାରିଥିଲେ । ଏ ସମ୍ପର୍କରେ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଥିଲେ ହେଁ ସେମାନଙ୍କୁ କେବଳ ଆଶ୍ୱାସନା ଦେଇଥିଲେ । କିନ୍ତୁ ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ତେଣୁ ସେମାନେ ଅସୁରକ୍ଷିତ ମନେ କରିଥିବା ବେଳେ ସୁରକ୍ଷା ପାଇଁ ରାଜ୍ୟ ସରକାର ହସ୍ତକ୍ଷେପ କରିବା ଲାଗି ଦାବି କରିଥିଲେ ।

ଏହାର ସମାଧାନ ଅବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଓଡ଼ିଶା ଡିଜିପି ରାଜେନ୍ଦ୍ର ଶର୍ମା ମଧ୍ୟ ଓଡ଼ିଆ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ତ୍ରିପୁରା ଡିଜିପିଙ୍କ ସହ କଥା ହୋଇଛନ୍ତି । ଅପରପକ୍ଷରେ ଘଟଣାର ଅନୁଧ୍ୟାନ ପାଇଁ ଓଡ଼ିଶାରୁ ଉଚ୍ଚଶିକ୍ଷାର ଦୁଇ ଜଣିଆ ଟିମ୍ ମଧ୍ୟ ସେଠାକୁ ଯାଇଥିବା ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ