Connect with us

ଓଡିଶା

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପାକିସ୍ତାନ ହାଇକମିଶନର 

ସାଙ୍କେତିକ ଚିତ୍ର

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପାକିସ୍ତାନ ହାଇକମିଶନର

ଭୁବନେଶ୍ୱର,୧୦ା୧୨ : ହକି ଭାରତ ଓ ପାକିସ୍ତାନର ପାରମ୍ପରିକ କ୍ରୀଡ଼ା  । ଓଡ଼ିଶାରେ ହକି ବିଶ୍ୱକପ୍ ଚମକ୍ରାର ଭାବେ ଆୟୋଜିତ ହୋଇଛି ବୋଲି ଓଡ଼ିଶା ଗସ୍ତରେ ଆସିଥିବା ପାକିସ୍ତାନର ହାଇକମିଶନର ସୋହେଲ୍ ମହମ୍ମଦ ପ୍ରକାଶ କରିଛନ୍ତିି  । ଆଜି ପୂର୍ବାହ୍ନ ୧୧ ଟା ୪୫ ମିନିଟ୍ ସମୟରେ ମହମ୍ମଦ ସଚ୍ଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ୍ କରିଥିଲେ  । ହକି ବିଶ୍ୱକପ୍ ର ଉଲ୍ଲେଖନୀୟ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭୂୟଂସୀ ପ୍ରଶଂସା କରିଥିଲେ  । ମୁଖ୍ୟମନ୍ତ୍ରୀ ମଧ୍ୟ ଅନୁରୂପ ଭାବେ ନିଜର ଖୁସି ବ୍ୟକ୍ତ କରିଥିଲେ  । ସାକ୍ଷାତ୍ ପରେ ସାମ୍ବାଦିକ ମାନଙ୍କୁ ମହମ୍ମଦ କହିଥିଲେ ଯେ, ଓଡ଼ିଶା ଏକ ଅତି ସୁନ୍ଦର ରାଜ୍ୟ । ଆଗକୁ ଦୁଇ ଦେଶ ସମେତ ଉପମହାଦେଶରେ ହକିର ବିକାଶ କାମନା କରୁଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା