Connect with us

ଓଡିଶା

ବିଭିନ୍ନ ରାଜ୍ୟରେ ବିଜୟୀ ଦଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ସାଙ୍କେତିକ ଚିତ୍ର

ବିଭିନ୍ନ ରାଜ୍ୟରେ ବିଜୟୀ ଦଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ
କୃଷିଋଣ ଦେଇନଥିବାରୁ ଜନାଦେଶ ବିଜେପି ବିରୁଦ୍ଧରେ ଯାଇଛି
ଭୁବନେଶ୍ୱର,୧୧ା୧୨ : ପାଂଚଟି ରାଜ୍ୟରେ ବିଧାନସଭା ନିର୍ବାଚର ଫଳ ଆଜି ପ୍ରକାଶ ପାଇଛି । ଏହି ନିର୍ବାଚନରେ ତିନୋଟି ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ କଂଗ୍ରେସ, ତେଲେଙ୍ଗାନାରେ ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ), ମିଜୋରାମରେ ମିଜୋ ନ୍ୟାସନାଲ ଫ୍ରଣ୍ଡ(ଏମଏନଏଫ)ର ବିଜୟ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଅନ୍ୟପକ୍ଷରେ ଏହି ନିର୍ବାଚନର ଫଳାଫଳ ଓଡ଼ିଶା ବିଜେଡି ଉପରେ ବିଶେଷ ପ୍ରଭାବ ପକାଇବ ନାହିଁ । ଫଳାଫଳକୁ ବିଚାରକୁ ନେଲେ ଦେଶବାସୀଙ୍କର ବିଜେପି ପ୍ରତି ଥିବା ମାନସିକ ଦୃଷ୍ଟିଭଙ୍ଗୀ ଦର୍ଶାଉଛି । କୃଷିଋଣ ଦେଇନଥିବାରୁ ଜନାଦେଶ ବିଜେପି ବିରୁଦ୍ଧରେ ଯାଇଛି । ସମ୍ପୃକ୍ତ ପାଂଚଟି ରାଜ୍ୟ କୃଷିଭିତିକ ରାଜ୍ୟ । କୃଷି ଉତ୍ପାଦିତ ପଦାର୍ଥର ସର୍ବନିମ୍ନ ସହାୟକ ଦର ବିଶେଷ ବୃଦ୍ଧି କରିନଥିବା, ସ୍ୱାମୀନାଥନ କମିଟିର ସୁପାରିଶକୁ କାର୍ଯ୍ୟକାରୀ ନକରିବା, ଚାଷ ଏବଂ ଚାଷୀମାନଙ୍କ ବିକାଶ ପାଇଁ ବିଶେଷ ଭାବେ ପଦକ୍ଷେପ ନେଇନଥିବାରୁ ବିଜେପିକୁ ସମ୍ପୃକ୍ତ ରାଜ୍ୟଗୁଡ଼ିକର ଜନସାଧାରଣ ପ୍ରତ୍ୟାଖ୍ୟାନ କରିଛନ୍ତି । ବିଜେଡି ଲୋକଙ୍କ ସହିତ ରହିଛି ଏବଂ ରହିବ । ରାଜ୍ୟର ବିକାଶ ତାଙ୍କ ଦଳର ସଂକଳ୍ପ ବୋଲି ସେ କହିଛନ୍ତି ।

ସାମ୍ବାଦିକମାନଙ୍କ ପ୍ରଶ୍ନର ଉତର ଦେଇ ସେ କହିଥିଲେ ଯେ, ବିଜେପି ଏବଂ କଂଗ୍ରେସ ସହିତ ଆଗରୁ ସମ ଦୂରତ୍ୱ ରକ୍ଷା କରିଛୁ । ଏବେ ମଧ୍ୟ ତାହାକୁ ଅବ୍ୟାହତ ରଖିଛୁ । ବିବାଦୀୟ ମହାନଦୀ ପ୍ରସଙ୍ଗରେ ନୂଆ ସରକାରଙ୍କ ଠାରୁ ନୂଆ ଆଶା ରଖିଛୁ ବୋଲି ସେ କହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା