Connect with us

ଓଡିଶା

ମନ୍ଦିର ଜମିକୁ ବିକାଶ କାର୍ଯ୍ୟରେ ଲଗାଇବାକୁ ଉଠିଲା ଦାବି

ସାଙ୍କେତିକ

ମନ୍ଦିର ଜମିକୁ ବିକାଶ କାର୍ଯ୍ୟରେ ଲଗାଇବାକୁ ଉଠିଲା ଦାବି
ଭୁବନେଶ୍ୱର, ୦୯ ସେପ୍ଟେମ୍ବର – ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ବହୁ ମୂଲ୍ୟବାନ ଜମି ହଡ଼ପ କରାଯାଇଛି । କିଏ ନାଲି ଆଖି ଦେଖାଇ କୋଠା ନିର୍ମାଣ କରିଛି ତ କିଏ ମାଡ଼ି ବସିବା ଜମିକୁ ଚଂଚକତା କରି ଅନ୍ୟକୁ ବିକ୍ରି କରିଦେଲାଣି । ମନ୍ଦିର ପ୍ରଶାସନ ଏ ସବୁ ଜମି ଉଦ୍ଧାର ପାଇଁ ନାକେଦମ ହୋଇଥିବା ବେଳେ ବର୍ଷ ବର୍ଷ ଧରି କୋର୍ଟ କଚୋରୀରେ ମାମଲା ଝୁଲି ରହୁଛି ଏବଂ ସେବାୟତମାନଙ୍କ ମଧ୍ୟରେ ଅନ୍ତଦ୍ୱର୍ନ୍ଦ ବଢ଼ି ଠାକୁର ରହିଥିବା ସମ୍ପତିର ସ୍ଥିତାବସ୍ଥାକୁ ନେଇ ଉଠିଛି ପ୍ରଶ୍ନ । ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା ହେବା ପରେ ମହାପ୍ରଭୁଙ୍କ ମୂଲ୍ୟବାନ ସମ୍ପତିକୁ ଉଦ୍ଧାର କରି ମନ୍ଦିର ବିକାଶ କାମରେ ବ୍ୟବହାର ହେଉ ଏବଂ ଉଦ୍ଧାର ଜମି ଚାରିପଟେ ବାଡ଼ ନିର୍ମାଣ କରାଯାଉ ବୋଲି ଦାବୀ ହେଉଛି ।

ସେହିପରି ଲିଙ୍ଗରାଜ ମହାପ୍ରଭୁଙ୍କ ଜବରଦଖଲ କରାଯାଇଥିବା ଜମିରେ ପୁଷ୍ପ ଉଦ୍ୟାନ, ଗୋଶାଳା, ଯାତ୍ରୀ ନିବାସ, ସଂଗ୍ରହାଳୟ, ଶୈବଶାକ୍ତ ଗବେଷଣା କେନ୍ଦ୍ର, ପାଠାଗାର, କୋରାଖଇର ଶିଳ୍ପ, ଗରୀବଙ୍କ ପାଇଁ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ, କିଣ୍ଡରଗାର୍ଡ଼େନରୁ ପୋଷ୍ଟ ଗ୍ରାଜୁଏଟ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ, ବ୍ୟାୟାମଶାଳା, ଯୋଗକେନ୍ଦ୍ର, ବାତ୍ୟା ଆଶ୍ରୟସ୍ଥଳୀ ଆଦି ଉନ୍ନୟନ ପ୍ରକଳ୍ପ ନିର୍ମାଣ ପଇଁ ଦାବୀ ହେଉଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା