Connect with us

ଅପରାଧ

ବେଆଇନ ବନ୍ଧୁକ କାରବାର :- ଜଣେ ଯୁବକ ଗିରଫ

ସାଙ୍କେତିକ ଚିତ୍ର

ଭୁବନେଶ୍ୱର:- ଖଣ୍ଡଗିରି ଥାନା ପୋଲିସ ଗୁରୁବାର ରାତିରେ ଗଣ୍ଡମୁଣ୍ଡା ଅଞ୍ଚଳରୁ ବେଆଇନ ବନ୍ଧୁକ କାରବାର ଘଟଣାରେ ଜଣେ ଯୁବକଙ୍କୁ ଗିରଫ କରିଛି । ସେ ହେଲେ ପିପିଲି ଅଞ୍ଚଳର ମୁସ୍ତାକ ଅଲ୍ଲୀ । ତାଙ୍କ ନିକଟରୁ ୩ ରାଉଣ୍ଡ ଅଫୁଟା ଗୁଳି ସହ ଏକ ବନ୍ଧୁକ ଜବତ କରାଯାଇଛି ।

ମୁସ୍ତାକ ଗୁରୁବାର ରାତିରେ ବନ୍ଧୁକ ଧରି ଡେ଼ଲିଭରି ଦେବାକୁ ଘାଟିକିଆ ଅଭିମୁଖେ ଯାଉଥିବା ବେଳେ ଖବର ପାଇ ଖଣ୍ଡଗିରି ଥାନା ପୋଲିସ ଚଢ଼ାଉ କରିଥିଲା । ତାଙ୍କୁ ଅଟକ ରଖି ପୋଲିସ ତଦନ୍ତ ଚଳାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ