Connect with us

ଓଡିଶା

ଆଜି ଅଁଳା ନବମୀ

ସାଙ୍କେତିକ ଚିତ୍ର

ଆଜି ଅଁଳା ନବମୀ
ସାକ୍ଷିଗୋପାଳ,୧୬ା୧୧: ରାତି ପାହିଲେ ଅଁଳା ନବମୀ । ବର୍ଷକରେ ଥରେ ଏହି ପୂର୍ଣ୍ଣ୍ୟ ତିଥିରେ ରାଜ୍ୟର ପ୍ରମୁଖ ବୈଷ୍ଣବ କ୍ଷେତ୍ର ସାକ୍ଷୀଗୋପୀନାଥ ମନ୍ଦିରରେ ରାଧାରାଣୀଙ୍କୁ ଓଡ଼ିଆଣୀ ବେଶରେ ଓ କୃଷ୍ଣଙ୍କୁ ନଟବର ବେଶରେ ଦର୍ଶନ କରିବେ ଲକ୍ଷାଧିକ ଶ୍ରଦ୍ଧାଳୁ । ଏନେଇ ପ୍ରଶାସନର ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି । ଅନ୍ୟପକ୍ଷରେ ଦେବୋତର କମିଶନର ପ୍ରତିଶୃତି ପରେ ପାଉଣାକୁ ନେଇ ସେବାୟତ ଓ ପ୍ରଶାସନ ମଧ୍ୟରେ ଲାଗି ରହିଥିବା ବିବାଦ ତୁଟିଛି । ଚଳିତ ବର୍ଷ ରାଧା ପାଦ ସ୍ପର୍ଶ ବନ୍ଦ କରାଯାଇଛି । ଭକ୍ତ ମାନେ କେବଳ ରାଧାଙ୍କୁ ଦର୍ଶନ କରିପାରିବେ ପାଦ ଛୁଇଁ ପାରିବେ ନାହିଁ ବୋଲି ଦେବୋତର କମିଶନ ପକ୍ଷରୁ କଡ଼ା ନିର୍ଦ୍ଦେଶ ରହିଛି ।

ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ଏହି ନିୟମକୁ କଡ଼ା କଡ଼ି ଭାବେ ପାଳନ କରିବାକୁ କୁହାଯାଇଛି । ପବିତ୍ର କାର୍ତିକ ମାସର ଏହି ପୂର୍ଣ୍ଣ୍ୟ ତିଥିରେ ଆଜି ଭୋର ୪ଟାରୁ ମନ୍ଦିର ଦ୍ୱାର ଫିଟା, ସ୍ନାନ, ବେଶ, ମଙ୍ଗଳ ଆଳତୀ, ମଇଲମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ସକାଳ ଭୋଗ ଆଦି ନୀତି ସମ୍ପନ୍ନ ପରେ ପରମ୍ପରା ମୁତାବକ ପ୍ରଥମେ ସେବାୟତଙ୍କ ପରିବାର ଦର୍ଶନ କରିବେ । ଏହା ପରେ ସକାଳ ସାଢ଼େ ୬ଟା ଠାରୁ ସାଧାରଣ ଦର୍ଶନ ଆରମ୍ଭ ହେବ । ଭକ୍ତ ମାନେ ବ୍ୟାରିକେଟ୍ ରେ ଯାଇ ପୂର୍ବଦ୍ୱାରରେ ପ୍ରବେଶ ପୂର୍ବକ ଦର୍ଶନ ଓ ବେଢ଼ା ପରିକ୍ରମା କରି ଅଁଳା ବୃକ୍ଷ ମୂଳରେ ପୂଜାର୍ଚ୍ଚନା କରିବା ସହ ଉତର ଦ୍ୱାରରେ ପ୍ରସ୍ଥାନ କରିବେ । ଦକ୍ଷିଣ ଦ୍ୱାର ଦେଇ ଭିଆଇପି ପାସ୍ ଧାରୀ ମାନେ ମନ୍ଦିର ମଧ୍ୟକୁ ପ୍ରବେଶ କରିବେ । ଭିଡ଼ ନିୟନ୍ତ୍ରଣ ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ଭିତରେ ଓ ବାହାରେ ୧୬ ପ୍ଲାଟୁନ୍ ପୋଲିସ ଫୋର୍ସ ନିୟୋଜିତ ହେବେ ।

ହୋମଗାର୍ଡ, ଏଏସଆଇ, ଏସଆଇ, ଇନ୍ସପେକ୍ଟର, ଡିଏସପି ଏବଂ ଆଡସିନାଲ ଏସପି ର‌୍ୟାଙ୍କ୍ ର ରାଜ୍ୟର ୧୦୦ରୁ ଉଦ୍ଧ୍ୱର୍ ବଛା ବଛା ଅଫିସର ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ । ଏହା ବ୍ୟତୀତ ମନ୍ଦିର ଭିତରେ ଲଗାଯାଇଥିବା ୭ ଟି ସିସିଟିଭି କ୍ୟାମେରା ବିଶୃଙ୍ଖଳାକାରୀଙ୍କ ଗତିବିଧି ଉପରେ ନଜର ରଖିବ ବୋଲି ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡଃ. ସାର୍ଥକ ଷଡ଼ଙ୍ଗି ସୂଚନା ଦେଇଛନ୍ତି ।

ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ କହିଛନ୍ତି ଯେ, ଦେବୋତର କମିଶନଙ୍କ ନିର୍ଦ୍ଦେଶକୁ ଯଥା ସମ୍ଭବ କଡ଼ାକଡ଼ି ଭାବେ ପାଳନ କରାଯିବ । ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଚଳିତ ବର୍ଷ ୧୮୦୦ ଭିଆଇପି ପାସ୍ କରାଯାଇଛି । ତନ୍ମଧ୍ୟରୁ ୧୫୦୦ ପାସ୍ ସେବାୟତଙ୍କୁ ପ୍ରଦାନ କରାଯାଇଥିବା ବେଳେ ୩୦୦ ପାସ୍ ପ୍ରଶାସନ ନିକଟରେ ରହିଥିବା ନେଇ ସେ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା