Connect with us

ଓଡିଶା

ବିଧାୟକ ପଦରୁ ଇସ୍ତଫା ଦେଲେ ଯୋଗେଶ ସିଂ

ସାଙ୍କେତିକ

ବିଧାୟକ ପଦରୁ ଇସ୍ତଫା ଦେଲେ ଯୋଗେଶ ସିଂ
ଭୁବନେଶ୍ୱର,୨୨ା୧ : ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ ଆଜି ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି । ଏହି ଇସ୍ତଫା ପତ୍ର ବାଚସ୍ପତିଙ୍କୁ ବ୍ୟକ୍ତିଗତ ଭାବେ ପ୍ରଦାନ କରିଛନ୍ତି । ଏଥିରେ ସେ ଆଇ ଟେଣ୍ଡର ମାଇଁ ରେଜିଗନେସନ ଅଫ ମାଇଁ ସିଟ୍ ଇନ୍ ଦି ଏସେମ୍ବ୍ଲି ସେ ଉଲ୍ଲେଖ କରିଛନ୍ତି । ବାଚସ୍ପତି ପ୍ରଦୀପ ଅମାତ ତାଙ୍କର ଏହି ଇସ୍ତଫା ପତ୍ରକୁ ଗ୍ରହଣ କଲେ ବୋଲି କହିଥିଲେ । ଶ୍ରୀ ସିଂ ତାଙ୍କ ସମର୍ଥକ ମାନଙ୍କ ସହିତ ବାଚସ୍ପତିଙ୍କ ଆସେମ୍ବ୍ଲି ଚାମ୍ବରକୁ ଆସି ଅପରାହ୍ନ ୪ଟା ୫୫ମି.ରେ ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ଶ୍ରୀ ସିଂଙ୍କର ଇସ୍ତଫା ପରେ ଓଡ଼ିଶା ବିଧାନସଭାରେ କଂଗ୍ରେସର ସଭ୍ୟସଂଖ୍ୟା ୧୪କୁ ଖସିଛି । ସୂଚନାଯୋଗ୍ୟ ଯେ, ଏଥି ପୂର୍ବରୁ ଶ୍ରୀ ସିଂଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା ଏବଂ ପରେ ସେ ଦଳରୁ ଇସ୍ତଫା ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ଦଳର ଅନ୍ୟତମ ବିଧାୟକ କୃଷ୍ଣଚନ୍ଦ୍ର ସାଗରିଆ ଇସ୍ତଫା ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା