Connect with us

ଓଡିଶା

ବିଜେଡିରେ ଯୋଗଦେଲେ ପ୍ରଣୟ

ସାଙ୍କେତିକ

ବିଜେଡିରେ ଯୋଗଦେଲେ ପ୍ରଣୟ
ଭୁବନେଶ୍ୱର,୨୨ା୧ : ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ନିଜର ଶତାଧିକ ସମର୍ଥକଙ୍କ ସହ ମଙ୍ଗଳବାର ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଏହି ଯୋଗଦାନ କାର୍ଯ୍ୟକ୍ରମରେ ଗାଇସିଲେଟ୍ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବାସନ୍ତୀ ପାକଣ୍ଡେ, ପୂର୍ବତନ କଂଗ୍ରେସ ଗାଇସିଲେଟ୍ ବ୍ଲକ ସଭାପତି ଗୋପାଳ ଦାସ, ଚୈତନ୍ୟ ସାହୁ, ସଂଜୀବ କୁମାର ପଣ୍ଡା, ସମିତି ସଭ୍ୟ ଦେବେନ୍ଦ୍ର କୁମାର ଯୋଶୀ, ବିକ୍ରମ କେଶରୀ ସାହୁ, ମାନଭଞ୍ଜନ ସାହୁ, ପୂର୍ଣ୍ଣାନନ୍ଦ ବାରିକ, ଗୁରୁବାରୀ ସାହୁ, ସ୍ୱର୍ଣ୍ଣଲତା ନନ୍ଦ, ମନୋରଞ୍ଜନ ବରିହା, ଦେବକୀ ସାହୁ, ସବିତା ସେଠ୍, ସରପଂଚ ଶ୍ରୀମତୀ ବିନୋଦିନୀ ବାରିକ, ତୁଲସିଂ ସେଠ୍, ତପସ୍ୱିନୀ ଡୁଡୁକା, ବିଜ୍ଲି ବରିହା ପ୍ରମୁଖ ବିଜେଡିରେ ଯୋଗ ଦେଇଥିଲେ ।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରିଥିବା ଶ୍ରୀ ସାହୁ ଏବଂ ତାଙ୍କ ସମର୍ଥକଙ୍କୁ ନବୀନ ନିବାସରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଆଜି ପ୍ରଣୟ ସାହୁ ଏବଂ ତାଙ୍କ ସମର୍ଥକମାନେ ଆମ ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ବରଗଡ଼ ଜିଲ୍ଲାରେ ବିଜୁ ଜନତା ଦଳର ଶକ୍ତି ବୃଦ୍ଧିରେ ସହାୟକ ହେବ । ଅନ୍ୟପକ୍ଷରେ ବିଜେଡିରେ ମିଶିବା ପରେ ଶ୍ରୀ ସାହୁ କହିଥିଲେ ଯେ ବିଜେପୁର ଉପ-ନିର୍ବାଚନରେ କଂଗ୍ରେସ କାହିଁକି ହାରିଲା, ତା’ର ସମୀକ୍ଷା କରିବାକୁ ମୁଁ ଏବଂ ଆମର କର୍ମୀ ରାଜ୍ୟ କଂଗ୍ରେସକୁ କହିଥିଲୁ । କିନ୍ତୁ କୌଣସି ସମୀକ୍ଷା ହେଲା ନାହିଁ । ଭବିଷ୍ୟତରେ ମୁଁ ଆଉ କୌଣସି ନିର୍ବାଚନ ଲଢ଼ିବି ନାହିଁ । ମୋ ଅଂଚଳରେ ଯେଉଁ ସମସ୍ୟା ଅଛି, ବିଶେଷକରି ପିଇବା ପାଣି ଓ ଜଳସେଚନର ସୁବନ୍ଦୋବସ୍ତ କରିବାକୁ ମୁଁ ଚେଷ୍ଟା କରିବୁ ବୋଲି ଶ୍ରୀ ସାହୁ କହିଥିଲେ ।

ଏହି ଅବସରରେ ବିଜେପୁର ବିଧାୟିକା ଶ୍ରୀମତୀ ରୀତା ସାହୁ କହିଥିଲେ ଯେ ପ୍ରଣୟ ସାହୁ ମୋର ବିରୋଧୀ ନଥିଲେ । ସେ ଥିଲେ ମୋ ସ୍ୱାମୀଙ୍କ ସହଯୋଗୀ । ମୁଖ୍ୟମନ୍ତ୍ରୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବର୍ତମାନ ଶ୍ରୀ ସାହୁ ବିଜେଡିରେ ଯୋଗ ଦେଇଛନ୍ତି ଏବଂ ଆଗାମୀ ଦିନରେ ଆମେ ଏକାଠି ହୋଇ ଦଳ ପାଇଁ କାମ କରିବୁ । ଆଜିର ଏହି କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ପ୍ରଶାନ୍ତ ନନ୍ଦଙ୍କ ସମେତ ବହୁ ଦଳୀୟ ପଦାଧିକାରୀ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା