Connect with us

ଓଡିଶା

ବିଧାନସଭା ହୁଲସ୍ତୁଲ ଓ ମୁଲତବୀ l

ବିଧାନସଭା ହୁଲସ୍ତୁଲ ଓ ମୁଲତବୀ l

ବିଧାନସଭା ହୁଲସ୍ତୁଲ ଓ ମୁଲତବୀ

ଭୁବନେଶ୍ୱର:- ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ତାତିରେ ବିଧାନସଭା କୁ ଉଠେଇଲେ ପକେଇଲେ ଶାସକ ବିଜେଡି ସଭ୍ୟମାନେ l ବିଧାନସଭାକୁ ନିଜ କବ୍‌ଜାକୁ ନେଇ ଯାଇଥିଲେ ସେମାନେ । ଫଳରେ ଶୁକ୍ରବାର ଦିନ ତମାମ ଗୃହରେ କୌଣସି କାର୍ଯ୍ୟ ହୋଇ ନପାରି ମୁଲତବୀ ହୋଇଯାଇଥିଲା ।

୧୦ଟା ୩୦ ମିନିଟ୍‌ରେ ସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେଡି ସଭ୍ୟମାନେ ନିଜ ନିଜ ସିଟ୍‌ ନିକଟରେ ଛିଡା ହୋଇ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ଜୋରଦାର ପ୍ରତିବାଦ କରିଥିଲେ। କଂଗ୍ରେସ ଓ ଭାଜପା ସଭ୍ୟମାନେ ଗୃହ ଚାଲୁ ରଖିବାକୁ ଦାବି କରି ହଟ୍ଟଗୋଳ କରିଥିଲେ । ଶାସକ ଦଳର ସଭ୍ୟମାନେ କେନ୍ଦ୍ର ସରକାର ବିରୋଧରେ ନାରାବାଜି କରିଥିଲେ। କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି, ନବ କିଶୋର ଦାସ, ଚିରଞ୍ଜୀବ ବିଶ୍ୱାଳ, କେ. ସୂର୍ଯ୍ୟ ରାଓ, ଅଂଶୁମାନ ମହାନ୍ତି, ଜାକୋବ ପ୍ରଧାନ, ପ୍ରଫୁଲ୍ଲ ମାଝିଙ୍କ ସମେତ ଅନ୍ୟ ସଭ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ । ଭାଜପା ସଭ୍ୟ ପ୍ରଦୀପ ପୁରୋହିତ, ରବି ନାଏକ, ଗୋବିନ୍ଦ ଦାସ ନୀତୀଶ ଗଙ୍ଗଦେବ ପ୍ରମୁଖ କଂଗ୍ରେସ ସହ ତାଳ ମିଳାଇ ହଟ୍ଟଗୋଳ କରିଥିଲେ ।

ବାଚସ୍ପତି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତବୀ ଘୋଷଣା କରି ଦେଇଥିଲେ । ଅପରାହ୍ନ ୩ଟାରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ବିରୋଧୀ ଦଳ ନେତା ନରସିଂହମିଶ୍ର କହିଲେ, ରାଜରାସ୍ତାରେ ଶିକ୍ଷକ ଓ ଓକିଲମାନେ ଆନ୍ଦୋଳନ ଚଳାଇଛନ୍ତି। ନ୍ୟାୟ ପାଇବାରୁ ସାଧାରଣ ଲୋକେ ବଞ୍ଚିତ ହୋଇଛନ୍ତି । ସରକାର କୌଣସି ପଦକ୍ଷେପ ନେଉନାହାନ୍ତି । ଏ ନେଇ ସରକାର ଗୃହରେ ବିବୃତି ଦିଅନ୍ତୁ ।
ଶାସକ ଦଳ ମୁଖ୍ୟ ସଚେତକ ଅମର ଶତପଥୀ କହିଲେ, ତୈଳ ଦର ବୃଦ୍ଧିକୁ ବିଜେଡି ବିରୋଧ କରୁଛି । ଅତୀତରେ ମଧ୍ୟ ଆନ୍ଦୋଳନ କରାଯାଇଛି । ବିରୋଧୀ ସଭ୍ୟମାନେ ପୁଣି ହଟ୍ଟଗୋଳ କରିବାରୁ ବାଚସ୍ପତି ଗୃହକୁ ସୋମବାର ପୂର୍ବାହ୍ନ ୧୦ଟା ୩୦ ମିନିଟ ଯାଏ ମୁଲତବୀ ଘୋଷଣା କରିଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା