Connect with us

ଓଡିଶା

ସୋମବାର ସକାଳ ୧୦ଟା ୩୦ ସୁଦ୍ଧା ସଚିବାଳୟର ସମ୍ମୁଖ ଗେଟ ବନ୍ଦ କରାଯିବ l

ସୋମବାର ସକାଳ ୧୦ଟା ୩୦ ସୁଦ୍ଧା ସଚିବାଳୟର ସମ୍ମୁଖ ଗେଟ ବନ୍ଦ କରାଯିବ l

ସୋମବାର ସକାଳ ୧୦ଟା ୩୦ ସୁଦ୍ଧା ସଚିବାଳୟର ସମ୍ମୁଖ ଗେଟ ବନ୍ଦ କରାଯିବ l
ସବୁ ବିଭାଗକୁ ଜଣାଇଲେ ଗୃହ ବିଭାଗର ଅତିରିକ୍ତ ସଚିବଭାରତ ବନ୍ଦ ର ପ୍ରାକ ପ୍ରସ୍ତୁତି l

ଭୁବନେଶ୍ୱର,୮ା୯- ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଅଖିଳ ଭାରତ କଂଗ୍ରେସ କମିଟି ଆସନ୍ତା ୧୦ ତାରିଖରେ ଭାରତ ବନ୍ଦ ଡାକରା ଦେଇଛି। ଓଡିଶାରେ ମଧ୍ୟ ରାଜ୍ୟ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ସଚିବାଳୟର ସୁରକ୍ଷାକୁ କଡାକଡି କରିବାକୁ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ସଚିବାଳୟ ସୁରକ୍ଷାକୁ ନେଇ ବିଭିନ୍ନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ସଚିବମାନଙ୍କୁ ଗୃହ ବିଭାଗର ଅତିରିକ୍ତ ସଚିବ ଚିଠି ଲେଖି ଜଣାଇଛନ୍ତି । କର୍ମଚାରୀମାନେ ଆସନ୍ତା ସୋମବାର ୯ଟା ୩୦ ମିନିଟ ସୁଦ୍ଧା ସଚିବାଳୟରେ ପ୍ରବେଶ କରିବାକୁ ନିର୍ଦେଶ ଦିଆଯାଇଛି l କାରଣ ୧୦ଟା ୧୫ ମିନିଟ ସୁଦ୍ଧା ସଚିବାଳୟର ସମ୍ମୁଖ ଗେଟ ବନ୍ଦ ରହିବ। ପଛ ଗେଟ ଦେଇ ସମସ୍ତ ଯାତାୟାତ କରାଯିବ ।

କର୍ମଚାରୀ ଓ ସାଧାରଣ ଲୋକମାନଙ୍କର ଆଇ କାର୍ଡ ଓ ଅନୁମତି ପତ୍ରକୁ କଡାକଡି ଭାବେ ଯାଞ୍ଚ କରାଯିବ । ବିନା କାର୍‌ ପାସରେ ସଚିବାଳୟକୁ କୌଣସି ଗାଡି ପ୍ରବେଶ କରି ପାରିବ ନାହିଁ ବୋଲି ଗୃହ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା