Connect with us

ଓଡିଶା

ବିଧାନସଭା ପରିସରରେ ଗାନ୍ଧି ଜୟନ୍ତୀ ପାଳିତ

ସାଙ୍କେତିକ

ବିଧାନସଭା ପରିସରରେ ଗାନ୍ଧି ଜୟନ୍ତୀ ପାଳିତ
ଭୁବନେଶ୍ୱର, ୦୨ ଅକ୍ଟୋବର- ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ ଜୟନ୍ତୀ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଧାନସଭା ପରିସରରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତି ନିକଟରେ ଗାନ୍ଧିଜୀଙ୍କର ଆଶ୍ରମ ଗୀତକୁ ନେଇ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା ।

ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ଉପବାଚସ୍ପତି ରଜନୀକାନ୍ତ ସିଂହ , ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ, ଆସୀନ ଓ ପୂର୍ବତନ ବିଧାୟକମାନେ ଗାନ୍ଧିଜୀଙ୍କ ପ୍ରତିମୂର୍ତିରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଂଜଳୀ ଜଣାଇଥିଲେ । ଏହି ଅବସରରେ ଉପବାଚସ୍ପତି ସମସ୍ତଙ୍କୁ ଶପଥପାଠ କରାଇଥିଲେ । ପରିବାର, ପ୍ରତିବେଶୀ , ଗୋଷ୍ଠୀ ଓ କର୍ମ କ୍ଷେତ୍ରରେ ମହିଳାମାନଙ୍କ ପ୍ରତି ହେୁଥିବା ଲାଂଛନାର ପ୍ରତିରୋଧ କରିବା ସହ ସମାଜର ସମସ୍ତ ଉନ୍ନତିମୂଳକ କାର୍ଯ୍ୟରେ ପୂର୍ଣ୍ଣପ୍ରାଣରେ ସକ୍ରିୟ ଅଂଶଗ୍ରହଣ କରିବା ପାଇଁ ଶପଥ ନେଇଥିଲେ ।

ଏହାବ୍ୟତୀତ ନାରୀ ମାନଙ୍କ ପାଇଁ ଏକ ନିରାପଦ ଓ ସୁରକ୍ଷିତ ପରିବେଶ ସୃଷ୍ଟି କରିବାରେ ବ୍ରତୀ ହେବା ଏବଂ ଉପରୋକ୍ତ ଚିନ୍ତା , ଚେତନା ଓ ପ୍ରେରଣାରେ ନିଜର ବନ୍ଧୁ , ସହକର୍ମୀ ଓ ଅନ୍ୟମାନଙ୍କୁ ଉଦବୁଦ୍ଧ କରାଇବାକୁ ସଂକଳ୍ପ ନେଇଥିଲେ । ମାନବ ଜାତିର ପ୍ରାୟ ଅର୍ଧାଂଶ ହେଉଛନ୍ତି ମହିଳା । ନାରୀ ହେଉଛି ପୁରୁଷର ସହଯାତ୍ରୀ । ପ୍ରକୃତି ମଧ୍ୟ ପୁରୁଷ ପରି ନାରୀକୁ ସମାନ ମାନସିକ ଦକ୍ଷତା ପ୍ରଦାନ କରିଛି । ପୁରୁଷର ପ୍ରତିଟି କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବାକୁ ତାର ଅଧିକାର ରହିଛି । ସ୍ୱାଧୀନତା ଏବଂ ମୁକ୍ତିରେ ପୁରୁଷ ପରି ନାରୀର ମଧ୍ୟ ସମାନ ଅଧିକାର ରହିଛି । ଭାରତରେ ଗ୍ରାମ ଗୁଡିକୁ ସୌନ୍ଦର୍ଯ୍ୟର ପୀଠ ସ୍ଥଳୀରେ ପରିଣତ କରିବା ଚରମ ଲକ୍ଷ୍ୟ ବୋଲି ଉପବାଚସ୍ପତି ଶପଥ ପାଠରେ ପ୍ରକାଶ କରିଥିଲେ ।

ଏହି ଅବସରରେ ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ, ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଓଡ଼ିଶା ରାଜ୍ୟ ଗ୍ରମୋଦ୍ୟୋଗ ବୋର୍ଡର ଅଧ୍ୟକ୍ଷ ଶ୍ରୀ ସଂଗ୍ରାମ କେଶରୀ ପାଇକରାୟ, ପୂର୍ବତନ ଉପବାଚସ୍ପତି ଶ୍ରୀ ରାମଚନ୍ଦ୍ର ପଣ୍ଡା, ବିଧାୟକବୃନ୍ଦ, ସ୍ୱାଧୀନତା ସଂଗ୍ରାମୀ ପ୍ରମୁଖ ସେବା ଓ ତ୍ୟାଗର ମୂର୍ତିମନ୍ତ ପ୍ରତୀକ ରାଷ୍ଟ୍ରପିତା ବାପୁଜୀଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଉପବାଚସ୍ପତି ଶ୍ରୀ ସିଂହ ଉପସ୍ଥିତ ସମସ୍ତଙ୍କୁ ଗାନ୍ଧୀଜୟନ୍ତୀର ଶପଥପାଠ କରାଇଥିଲେ ।

ଏହି ଅବସରରେ ଗାନ୍ଧିଜୀଙ୍କ ପ୍ରିୟ ଅ।ଶ୍ରମ ଭଜନ ଅ।ବୃତି କରାଯାଇଥିଲା । ସୂଚନା ଓ ଲୋକସଂପର୍କ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସେଠୀ, ଯୁଗ୍ମନିର୍ଦ୍ଦେଶକ ଶ୍ରୀ ବିପିନ ବିହାରୀ ବାରିକୀ, ଉପନିର୍ଦ୍ଦେଶକ ଶ୍ରୀ ବରଦାପ୍ରସନ୍ନ ଦାସ, ବିଧାନସଭାର ଯୁଗ୍ମନିର୍ଦ୍ଦେଶକ (ଗବେଷଣା) ଶ୍ରୀ ଶିବପ୍ରସାଦ ପଟ୍ଟନାୟକ, ବିଧାନସଭା ଏବଂ ସୂଚନା ଓ ଲୋକସଂପର୍କ ବିଭାଗର ଅଧିକାରୀ ଓ କର୍ମଚାରୀ ପ୍ରମୁଖଙ୍କ ସମେତ ବହୁ ଛାତ୍ରଛାତ୍ରୀ ଏହି ସଭାରେ ଉପସ୍ଥିତ ଥିଲେ ।

ସୂଚନା ଅଧିକାରୀ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା