Connect with us

ଓଡିଶା

ବିଜେଡି ସାଂସଦ ପ୍ରାର୍ଥୀଙ୍କୁ ଅଟକାଇଲା ପ୍ରଶାସନ

ସାଙ୍କେତିକ

ବିଜେଡି ସାଂସଦ ପ୍ରାର୍ଥୀଙ୍କୁ ଅଟକାଇଲା ପ୍ରଶାସନ
ରାଉରକେଲା, ୫ ଅପ୍ରେଲ – ବିଜେଡି ସାଂସଦ ପ୍ରାର୍ଥୀ ସୁନୀତା ବିଶ୍ୱାଳଙ୍କୁ ଅଧ ଘଂଟା ଲାଗି ଅଟକାଇ ରଖିବା ଘଟଣା ଆଜି ଜିଲ୍ଲାରେ ବେଶ ଆଲୋଚନାର ବିଷୟ ହୋଇଛି । ସୁନୀତା ବିଶ୍ୱାଳ ଯେ,କି ସୁନ୍ଦରଗଡ ଲୋକ ସଭା ଲାଗି ବିଜେଡି ତରଫରୁ ଲଢୁଛନ୍ତି ସେ ଆଜି ରାଲି, ମିଟିଂ କରିବାକୁ ବୀରମିତ୍ରପୁର ଅଂଚଳକୁ ଆସିଥିଲେ ବି ତାଙ୍କ ପାଖରେ ଏନେଇ କୌଣସି ପ୍ରକାର ଅନୁମତି ପତ୍ର ନଥିଲା । ତେଣୁ ବୀରମିତ୍ରପୁର ଇଲାକା ଲାଗି ଦାୟୀତ୍ୱରେ ଥିବା ସମ୍ବିତ ଦାଶ ତାଙ୍କୁ କାଗଜ ପତ୍ର ଆଣିଲେ ମିଟିଂ ରାଲି କରିବେ ବୋଲି କହି ଅଟକାଇଥିଲେ ।
ବିବରଣିରୁ ପ୍ରକାଶ ଯେ, ଆଜି ଦିନ ପ୍ରାୟ ୧୨ଟା ବେଳେ ହାତୀବାଡି ଥାନା ଏରିଆକୁ ବିଜେଡିର ଶହ ଶହ ଗାଡି ସାଙ୍ଗକୁ ସୁନିତା ବିଶ୍ୱାଳ ନିଜେ ପହଁଚି ଥିଲେ । ଏତେ ପରିମାଣ ଗାଡି ସାଙ୍ଗକୁ ରାଲି ମିଟିଂ କଥା ଶୁଣି ଦାୟୀତ୍ୱରେ ଥିବା ଅଧକାରୀ ମାନେ ଅନୁମତି ପତ୍ର ମାଗିବାରୁ ସେମାନଙ୍କୁ ମୋବାଇଲରେ ଥିବା ଏକ ଫଟୋ ଦେଖାଯାଇଥିଲା । ହେଲେ ସେମାନେ ଏସବୁ ଶୁଣି ନଥିଲେ । ପରେ ଘଟଣା ସ୍ଥଳରେ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ସମ୍ବିତ ଦାଶ ପହଁଚି କାଗଜ ପତ୍ର ନଥିଲେ ରାଲି ହୋଇ ପାରିବନି ବୋଲି ନାସ୍ତି ବାଣୀ ଶୁଣାଇଥିଲେ । ପରେ କିଛି ସମୟ ପରେ ଅନୁମତି ପତ୍ର ପହଁଚିବା ପରେ ରାଲି ହୋଇଥିଲା । ଏହି କଥା ଜିଲ୍ଲାରେ ପ୍ରଚାରିତ ହେବା ପରେ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜିଲ୍ଲାର ପୂର୍ବତନ ସାଂସଦଙ୍କ ଝିଅ, ଏପରିକି ଓଡିଶାର ଏକ ଟାଣୁଆଦଳରୁ ଟିକେଟ ପାଇଥିବା ନେତ୍ରୀଙ୍କର ଏଭଳି ଭୁଲ୍ କେମିତି ହେଲା ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି । ଖାଲି ସେତିକି ନୁହେଁ, ତାଙ୍କ ସହ ରାଉରକେଲାର ବହୁ ଲଢ଼ୁଆ ନାରୀ ନେତ୍ରୀ ମାନେ ଥାଇ ମଧ୍ୟ ତାଙ୍କୁ ଏ ବିଷୟରେ କିଭଳି ସଚେତନ କରାଇ ପାରିଲେ ନାହିଁ ବୋଲି କୁହାଯାଉଛି । କଥାରେ ଅଛି ଘରେ ନପଶୁଣୁ ମୁଣ୍ଡରେ ଚାଳ ବାଜିବା ସଦୃଶ ଆଜିର ଘଟଣା ଆଗାମୀ ଦିନରେ ପୁଣି ସୁନିତାଙ୍କ ସହ ଆଉ କଣ ଘଟାଉଛି ତାହା ଦେଖିବାକୁ ବାକି ରହିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା