Connect with us

ଆଞ୍ଚଳିକ

ବରିଷ୍ଠ ନାଗରିକ ମାନଙ୍କ ତୀର୍ଥଯାତ୍ରା ଶୁଭାରମ୍ଭ

ସାଙ୍କେତିକ ଚିତ୍ର

ଭୁବନେଶ୍ୱର :- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସଚିବାଳୟରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଉଦିଷ୍ଠ ତୀର୍ଥଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବାଲେଶ୍ୱରରୁ ପ୍ରାୟ ଏକ ହଜାର ତୀର୍ଥଯାତ୍ରୀ ଆଗ୍ରା-ଫତେପୁର, ସିକ୍ରି ଓ ମଥୁରା ଅଭିମୁଖେ ଯାତ୍ରା କରିଛନ୍ତି । ଏହି ଅବସରରେ ତୀର୍ଥଯାତ୍ରୀମାନଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ ସେମାନଙ୍କ ଯାତ୍ରାର ଶୁଭକାମନା କରିଥିଲେ ।

ସୂଚନାଯୋଗ୍ୟ ଯେ, ଏହି କାର୍ଯ୍ୟକ୍ରମରେ ବର୍ତ୍ତମାନ ବର୍ଷକୁ ୩ଟି ଟ୍ରେନ୍‌ରେ ପ୍ରାୟ ୩ ହଜାର ଯାତ୍ରୀ ତୀର୍ଥଯାତ୍ରାରେ ଯାଉଛନ୍ତି । ଚଳିତବର୍ଷଠାରୁ ସରକାର ଏହାକୁ ଦୁଇ ଗୁଣ କରାଇ ୬ଟି ଟ୍ରେନ୍‌ରେ ୬ ହଜାର ଯାତ୍ରୀ ତୀର୍ଥଯାତ୍ରା କରିବେ । ଭୁବନେଶ୍ୱର, ବ୍ରହ୍ମପୁର ଓ ସମ୍ବଲପୁରରୁ ତୀର୍ଥଯାତ୍ରା କାର୍ଯ୍ୟକ୍ରମ ଜାରି ରହିଛି । ଏଥିସହ ଚଳିତବର୍ଷ ବାଲେଶ୍ୱର ସହିତ ଟିଟିଲାଗଡ଼ ଓ ରାୟଗଡ଼ାରୁ ମଧ୍ୟ ତୀର୍ଥଯାତ୍ରୀମାନେ ଟ୍ରେନ୍‌ ଯୋଗେ ଯାତ୍ରା କରିବେ । କାର୍ଯ୍ୟକ୍ରମରେ ପର୍ଯ୍ୟଟନ ତଥା ଭାଷା ସାହିତ୍ୟ, ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ପର୍ଯ୍ୟଟନ ପ୍ରମୁଖ ସଚିବ ଓ ନିର୍ଦ୍ଦେଶକ ଉପସ୍ଥିତ ଥିଲେ । ବରିଷ୍ଠ ତୀର୍ଥଯାତ୍ରୀମାନେ ଏଥିପାଇଁ ଖୁସି ବ୍ୟକ୍ତ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ