Connect with us

ଦେଶ

ବଦଳିଲେ ୭ ରାଜ୍ୟର ରାଜ୍ୟପାଳ

ବଦଳିଲେ ୭ ରାଜ୍ୟର ରାଜ୍ୟପାଳ

ବଦଳିଲେ ୭ ରାଜ୍ୟର ରାଜ୍ୟପାଳ
ନୂଆଦିଲ୍ଲୀ,୨୧ା୮ : ଦେଶର ଅନେକ ରାଜ୍ୟରେ ନୂତନ ରାଜ୍ୟପାଳ ନିଯୁକ୍ତି କରାଯାଇଛି । ବିହାରର ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ଜାମ୍ମୁ ଓ କାଶ୍ମୀରର ଦାୟିତ୍ୱ ଦିଆଯାଇଥିବାବେଳେ ଲାଲଜି ଟଣ୍ଡନଙ୍କୁ ବିହାରର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି । ଏହିପରି ୧୦ବର୍ଷ ପରେ ଜାମ୍ମୁ ଓ କାଶ୍ମୀରକୁ ମିଳିଛି ନୂତନ ରାଜ୍ୟପାଳ ।

ଉଲ୍ଲେଖଯୋଗ୍ୟ ଯେ, ଏନ୍ଏନ୍ ବୋରା ଜାମ୍ମୁ ଓ କାଶ୍ମୀରର ରାଜ୍ୟପାଳ ଥିଲେ । ବର୍ତ୍ତମାନ ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି । ଏହିକ୍ରମରେ ସତ୍ୟପାଲ ମଲିକଙ୍କୁ ଜାମ୍ମୁ ଓ କାଶ୍ମୀର, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନିକଟତର ଥିବା ଲାଲଜୀ ଟଣ୍ଡନଙ୍କୁ ବିହାର, ଗଙ୍ଗା ପ୍ରସାଦଙ୍କୁ ସିକ୍କିମ୍, ତଥାଗତ ରୟଙ୍କୁ ମେଘାଳୟ ଓ କପ୍ତାନ ସିଂହ ସୋଲାଙ୍କିଙ୍କୁ ତ୍ରିପୁରାର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି । ଏହାବ୍ୟତୀତ ସତ୍ୟଦେବ ନାରାୟଣଙ୍କୁ ହରିୟାଣାର ରାଜ୍ୟପାଳ ଦାୟିତ୍ୱ ଦିଆଯାଇଛି । ଅନ୍ୟପଟେ ଉତ୍ତରାଖଣ୍ଡର ରାଜ୍ୟପାଳ କାର୍ଯ୍ୟଭାର ରାଣୀ ମୌର୍ଯ୍ୟଙ୍କୁ ପ୍ରଦାନ କରାଯାଇଛି ।

ସତ୍ୟଦେବ ନାରାୟଣ ନୀତିଶ ସରକାର ଓ ଲାଲଜୀ ଟଣ୍ଡନ ଉତ୍ତରପ୍ରଦେଶ ସରକାରରେ ମନ୍ତ୍ରୀ ରହି ସାରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ