Connect with us

ଦେଶ

ଚନ୍ଦ୍ରରେ ବରଫ ଠାବ କଲା ଚନ୍ଦ୍ରଯାନ-୧

ଚନ୍ଦ୍ରରେ ବରଫ ଠାବ କଲା ଚନ୍ଦ୍ରଯାନ-୧

ଚନ୍ଦ୍ରରେ ବରଫ ଠାବ କଲା ଚନ୍ଦ୍ରଯାନ-୧
ହୋନୋଲୁଲୁ,୨୧ା୮ : ଚନ୍ଦ୍ରରେ ବରଫ ଥିବାର ପ୍ରମାଣ ଦେଇଛି ଭାରତର ଚନ୍ଦ୍ରଯାନ-୧ । ଚନ୍ଦ୍ରର ଉତ୍ତର ମେରୁରୁ ଦକ୍ଷିଣ ମେରୁ ପର୍ଯ୍ୟନ୍ତ ଅନେକ ସ୍ଥାନରେ ବରଫ ଜମି ରହିଛି । ଚନ୍ଦ୍ରଯାନ-୧ଠାରୁ ପ୍ରାପ୍ତ ତଥ୍ୟକୁ ଆଧାର କରି ବୈଜ୍ଞାନିକ ଏହି ଦାବି କରିଛନ୍ତି । ୧୦ ବର୍ଷ ତଳେ ଚନ୍ଦ୍ର ବିଷୟରେ ଅଧିକ ତଥ୍ର ସଂଗ୍ରହ ପାଇଁ ଭାରତ ନିଜର ପ୍ରଥମ ଅଭିଯାନ କ୍ରମେ ମହାକାଶକୁ ସଫଳତାର ସହ ଚନ୍ଦ୍ରଯାନ-୧କୁ ପଠାଇଥିଲା । ନିଜ କକ୍ଷରେ ଅବସ୍ଥାପିତ ହେବା ପରଠାରୁ ଚନ୍ଦ୍ରଯାନ-୧ ତଥ୍ୟ ପଠାଇ ଚାଲିଛି । ଉଲ୍ଲେଖ ଯେ, ଭାରତ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ୨୦୦୮ରେ ଚନ୍ଦ୍ରଯାନ-୧ ସହ ଆମେରିକା ମହାକାଶ ଗବେଷଣା ସଂସ୍ଥା (ନାସା) ଦ୍ୱାରା ପ୍ରସ୍ତୁତ ଇଁଫ୍ରାରେଡ ଉପକରଣ ମଧ୍ୟ ମହକାଶକୁ ପଠାଯାଇଥିଲା ।

ମାତ୍ର ଗୋଟିଏ ବର୍ଷ ପରେ ଚନ୍ଦ୍ରଯାନ-୧ ଚନ୍ଦ୍ରପୃଷ୍ଠରେ ପାଣି ଖୋଜି ବାହାର କରିଥିଲା । ସେତେବେଳେ ବୈଜ୍ଞାନିକମାନେ ଅନୁମାନ କରିଥିଲେ ଯେ, ଚନ୍ଦ୍ରପୃଷ୍ଠରେ ପାଣି ବରଫ ରୂପରେ ନ ରହି ଅଣୁ ରୂପରେ ରହିଛି । ପରେ ନାସା ଏବଂ ବିଶ୍ୱର ଅନ୍ୟ ବୈଜ୍ଞାନିକମାନେ ଚନ୍ଦ୍ରରେ ପାଣି ଥିବା କଥା ସ୍ୱୀକାର କରିଥିଲେ । ଚନ୍ଦ୍ରଯାନ ସହ ମହାକାଶକୁ ଯାଇଥିବା ନାସାର ଇନଫ୍ରାରେଡ ଉପକରଣ ନିକଟରେ ଚନ୍ଦ୍ର ମେରୁ ଅଞ୍ଚଳର କେତେକ ଫଟୋ ଉଠାଇଥିଲା । ଏହି ଫଟୋର ବିଶ୍ଲେଷଣରୁ ଚନ୍ଦ୍ରର ଉତ୍ତର ଏବଂ ଦକ୍ଷିଣ ମେରୁ ନିକଟରେ ବରଫ ଜମା ହୋଇ ରହିଥିବା ଜଣାପଡିଛି । ବରଫ ଜମା ହୋଇ ରହିଥିବା ସ୍ଥାନରେ ତାପମାତ୍ରା ବିଯୁକ୍ତ ୧୬୩ ଡିଗ୍ରି ସେଲସିୟସ ରହିଛି । ଚନ୍ଦ୍ରର ଭୂପୃଷ୍ଠ ତୁଳନାରେ ମାତ୍ର ୩.୫% ଅଞ୍ଚଳରେ ବରଫ ଜମା ହୋଇ ରହିଛି ।

ପ୍ରୋଡିଙ୍ଗସ୍ ଅଫ୍ ଦ ନ୍ୟାସନାଲ ଏକାଡେମୀ ଅଫ ସାଇନ୍ସରେ ପ୍ରକାଶିତ ଏକ ରିପୋର୍ଟରେ ଏହା ଉପରେ ବିସ୍ତୃତ ବିବରଣୀ ଦିଆଯାଇଛି । ଏହି ନୂଆ ସନ୍ଧାନ ବୈଜ୍ଞାନିକ ପାଇଁ ଏକ ନୂଆ ଅଧ୍ୟୟନର ସୁଯୋଗ ଆଣି ଦେଇଛି । ଆସନ୍ତା କିଛିବର୍ଷ ବୈଜ୍ଞାନିକଙ୍କ ଅଧ୍ୟୟନ ଏହା ଉପରେ କେନ୍ଦ୍ରୀଭୂତ ହେବ ବୋଲି ଆଶା କରାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ