Connect with us

ଓଡିଶା

ଫୁଲବାଣୀରେ ପିସିସି ସଭାପତି ନିରଞ୍ଜନ

ସାଙ୍କେତିକ

ଫୁଲବାଣୀରେ ପିସିସି ସଭାପତି ନିରଞ୍ଜନ
କଂଗ୍ରେସ ଆସିଲେ ବେକାର ଯୁବକଙ୍କୁ ୬ ହଜାର ଟଙ୍କା ଭତା ଓ କୃଷିଋଣ ଛାଡ଼
କନ୍ଧମାଳ,୦୯ ଅପ୍ରେଲ – ଏଥର ରାଜ୍ୟରେ କଂଗ୍ରେସ ଅସିଲେ କୃଷିଋଣ ତୁରନ୍ତ ଛାଡ ହେବା ସହିତ ପାଠପଢା ବେରୋଜଗାର ଯୁବକଙ୍କୁ ମାସିକ ଭତା ପ୍ରଦାନ କରାଯିବ ନିଯୁକ୍ତି ପର୍ଯ୍ୟନ୍ତ । ଫୁଲବାଣୀରେ ଏହିଭଳି ଅନେକ ନିର୍ବାଚନୀ ପ୍ରତିଶୃତି ଦେଇଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ।

ଆଜି ହ୍ୟାଲିକ୍ୟାପ୍ଟର ଯୋଗେ ସ୍ଥାନୀୟ ହାଇସ୍କୁଲ ପଡିଆରେ ଓହ୍ଲାଇ ଫୁଲବାଣୀ କରୋନେସନ ପଡିଆରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ ନିରଞ୍ଜନ ପଟ୍ଟନାୟକ ଏହି ସଭାରେ ରାଜ୍ୟ କଂଗ୍ରେସ ପ୍ରଭାରୀ ତଥା ଛତିଶଗଡ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ. ସିଂଦେଓ ମୁଖ୍ୟ ଅତିଥ ଭାବରେ ଯୋଗ ଦେଇ ଆସନ୍ତା ନିର୍ବାଚନରେ ରାଜ୍ୟରେ କଂଗ୍ରେସ ସରକାର ଆସିଲେ ପ୍ରଥମେ କୃଷକମାନଙ୍କୁ ଧାନ କ୍ୱିଂଟାଲ ପିଛା ୨୬ ଶହ ଟଙ୍କା ସରକାରୀ ଦର କରାଯିବ ଏବଂ ସେମାନଙ୍କୁ ପୁର୍ବରୁ ବିକ୍ରି କରିଥିବା ଧାନର ନୁତନ ଦର ହିସାବରେ ବଳକା ଟଙ୍କା ମଧ୍ୟ ପ୍ରଦାନ କରାଯିବ, ଆଦିବାସୀମାନଙ୍କୁ ୧୦ ଏକର ପର୍ଯ୍ୟନ୍ତ ଜଙ୍ଗଲଜମି ପାଇଁ ପଟ୍ଟା ପ୍ରଦାନ କରାଯିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମ ବାତିଲ ହେବା ସ୍ଥଳେ ତାଙ୍କର ଏହି ବାର୍ତାକୁ ଲୋକଙ୍କ ପାଖରେ ପହଂଚାଇଥିଲେ ଶ୍ରୀ ସିଂଦେଓ । କାର୍ଯ୍ୟକ୍ରମର ଆରମ୍ଭରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ସନ୍ତୋଷ କୁମାର ପଟ୍ଟନାୟକ ଅତିଥି ସ୍ୱାଗତ କରିଥିଲେ । ପିସିସି ସଭାତି ନିରଞ୍ଜନ ପଟ୍ଟନାୟକ ସରକାର ଆସିଲେ ରାଜ୍ୟର ସବୁ ଗରିବମାନଙ୍କୁ ମାସକୁ ୬ ହଜାର ଟଙ୍କା ଲେଖାଁଏ ସେମାନଙ୍କର ଗୃହିଣୀ ମାନଙ୍କୁ ଦିଆଯିବ, ୩୩ ପ୍ରତିଶତ ଚାକିରୀ ମହିଳାମାନଙ୍କ ପାଇଁ ସଂରକ୍ଷିତ କରାଯିବ, ରାଜ୍ୟରେ ଗରିବମାନଙ୍କ ଋଣ ଛାଡ କରିବାପାଇଁ ସରକାରଙ୍କର ଆର୍ଥିକ ବୋଝ ବଢୁଥିବାବେଳେ ପୁଞ୍ଜିପତି ମାନଙ୍କର କୋଟିକୋଟି ଟଙ୍କାର ଋଣ ଛାଡ କରିବାପାଇଁ ସରକାରଙ୍କର ଆର୍ଥିକ ବୋଝ ବଢୁନାହିଁ ବୋଲି କହିବାସହିତ ତାଙ୍କ ଦଳର ସରକାର ଆସିଲେ ଗରିବ ମାନଙ୍କର ଋଣ ମଧ୍ୟ ଛାଡ କରାଯିବ ବୋଲି କହିବାସହିତ ରାଜ୍ୟ ସରକାର ସରକାରୀ ଖର୍ଚ୍ଚରେ ନିର୍ବାଚନ ପ୍ରଚାର କରୁଛନ୍ତି ସେଇଥିପାଇଁ ୨୦୧୮ ମସିହାରେ ସରକାଙ୍କ ଉପରେ ଥିବା ଋଣ ଭାର ୧୮ ହଜାର କୋଟି ଟଙ୍କାରୁ ଆଜି ତାହା ଏକ ଲକ୍ଷ ୩ ହଜାର କୋଟି ଟଙ୍କାରେ ପହଂଚିଛି ।

ରାଜ୍ୟ ସରକାର ତାଙ୍କ ଶାସନକାଳ ମଧ୍ୟରେ ଗୋଟିଏ ମଧ୍ୟ ଜଳସେଚନ ପ୍ରକଳ୍ପ କରିପାରି ନାହାନ୍ତି । ଦିର୍ଘ ବର୍ଷହେଲା ମହିଳା ସ୍ୱାଂୟସହାୟୀକା ଗୋଷ୍ଠୀମାନଙ୍କୁ ଶସକ୍ତ କରିବାରେ ଅସଫଳ ହୋଇଛନ୍ତି ରାଜ୍ୟ ସରକାର ତେଣୁ ପୁରୁଣା ମହିଳା ସ୍ୱାଂୟସହାୟୀକା ଗୋଷ୍ଠୀ ଗୁଡିକର ଋଣ ସବୁ ଛାଡ କରାଯିବା ସହିତ ଶିକ୍ଷକ ମାନଙ୍କୁ କେନ୍ଦ୍ର ହାରରେ ଦରମା ପ୍ରଦାନ କରାଯିବା ସହିତ ରାଜ୍ୟରେ କୌଣସି ସରକାରୀ ଚାକିରୀ ଅନିୟମିତ ହୋଇ ରହିବ ନାହିଁ ବୋଲି କହିଥିଲେ । ସେଥିପାଇଁ କନ୍ଧମାଳ ସାଂସଦ ଆସନ ପାଇଁ କଂଗ୍ରେସ ଦଳର ପ୍ରାର୍ଥି ମନୋଜ କୁମାର ଆଚାର୍ଯ୍ୟ, ଫୁଲବାଣୀ ବିଧାକ ଭାବରେ କିଶୋର କହଁର,ବାଲିଗୁଡା ବିଧାୟକ ଭାବରେ ସିମନ ମଲ୍ଲିକ ଓ ଜି.ଉଦୟଗିରି ବିଧାୟକ ଭାବରେ ଶ୍ୟାମଘନ ପ୍ରଧାନଙ୍କ ସମେତ ସମସ୍ତ କଂଗ୍ରେସ ଦଳର ପ୍ରାର୍ଥି ମାନଙ୍କୁ ବିପୁଳ ଭୋଟରେ ବିଜୟୀ କରିବାପାଇଁ ଉପସ୍ଥିତ ଜନତା ତଥା ଜିଲ୍ଲାବାସୀଙ୍କୁ ନିବେଦନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ କଂଗ୍ରେସର ଦକ୍ଷୀଣ ଓଡିଶା ପ୍ରଭାରୀ ଅନିଲ ଚୌଧୁରୀ, ଭୁବନେଶ୍ୱର ସଭାପତି ମାନସ ଚୌଧୁରୀ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିବାବେଳେ କନ୍ଧମାଳ ଜିଲ୍ଲା ସଭାପତି ବରୁଣ ଭୋଇ, ପୁର୍ବତନ ସାଂସଦ ନକୁଳ ନାୟକ, ପୁର୍ବତନ ବାଧାୟୀକା ଅଜୟନ୍ତୀ ପ୍ରଧାନ, ପୁର୍ବତନ ବିଧାୟକ ଅଭିମନ୍ୟୁ ବେହୋ, ଘନକୁମାର ଶବର, ଜାକିରଉଲ୍ଲା ଖାଁ, ହୀରାସିଂ ମଣ୍ଡଳ, ବଳଦେବ ବେହେରା, ସଞ୍ଜୟ ଭଞ୍ଜ, ଶିବଶଙ୍କର ବେହେରା ଓ ଗୌରଚରଣ ବେହେରା ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଂଚଳର ହଜାରହଜାର ପୁରୁଷ ଓ ମହିଳା ଏକାଠି ହୋଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା