Connect with us

ଓଡିଶା

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ସାଙ୍କେତିକ

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
-କାଳିଆ ଟଙ୍କା ଅଟକା ଯାଇଥିବା କଲେ ଅଭିଯୋଗ  

ଭୁବନେଶ୍ୱର,୦୯ ଅପ୍ରେଲ – କାଳିଆ ଯୋଜନା ଟଙ୍କା ଅଟକାଯିବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ୍ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କାଳିଆ ଯୋଜନାକୁ ଅଟକା ଯାଇଥିବା ପ୍ରସଙ୍ଗରେ ଆଲୋଚନା ପାଇଁ ଆସିଥିଲେ । କାଳିଆ ଯୋଜନା ଟଙ୍କା ଅଟକାଯିବା ଦୁର୍ଭାଗ୍ୟଜନକ । କେନ୍ଦ୍ର ସରକାରଙ୍କ ଯୋଜନା ·ଲୁଥିବା ବେଳେ କାଳିଆକୁ ଅଟକା ଯାଉଛି । ·ଷୀଙ୍କ ପାଇଁ ଏହି ଟଙ୍କା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାଳିଆ ନେଇ ବିଜେପି ଅଭିଯୋଗ କରୁଛି । ବିଜେପିକୁ ·ଷୀମାନେ ଉପଯୁକ୍ତ ଜବାବ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମଙ୍ଗଳବାର ଅପରାହ୍ନ ପ୍ରାୟ ୪ ଟା ସମୟରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଅମର ପଟ୍ଟନାୟକ, ପ୍ରସନ୍ନ ପାଟ୍ଟଶାଣୀ, ଭର୍ତୁହରି ମହତାବ, ଅରୁପ ପଟ୍ଟନାୟକ ଓ ମୀନତି ବେହେରା ମଧ୍ୟ ସିଇଓଙ୍କ ଅଫିସରେ ଫେରାଦ ହୋଇଥିଲେ । ଆଗକୁ ନିର୍ବାଚନ ଥିବା ବେଳେ ନିର୍ବାଚନ ଆଦର୍ଶ ଆଚରହଣ ବିଧି ଲାଗୁ ରହିଛି । ଏପରି ସ୍ଥିତିରେ କାଳିଆ ଟଙ୍କା ବନ୍ଦ ହେବା ନେଇ ବିଜେଡିର ପ୍ରମୁଖ ନେତା ମାନେ ବାରମ୍ବାର ସିଇଓଙ୍କ ନିକଟରେ ଫେରାଦ ହେଉଥିଲେ । ଏପରିକି ଦିଲ୍ଲୀ ସ୍ଥିତ ନିର୍ବାଚନ କମିଶନରଙ୍କୁ ମଧ୍ୟ ଭେଟିଥିଲେ । ତେବେ ମଙ୍ଗଳବାର ଦିନ ଖୋଦ୍ ମୁଖ୍ୟମନ୍ତ୍ରୀ ସିଇଓଙ୍କ କାର୍ଯ୍ୟାଳୟରେ ପହଂଚିବା ସମସ୍ତଙ୍କୁ ଚକିତ କରିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା