Connect with us

ଓଡିଶା

ପ୍ରଶାସନିକ ବିଭାଗ ଓ ନିର୍ଦ୍ଦେଶାଳୟ ମିଶ୍ରଣକୁ ଲୋକସେବା ଭବନ କର୍ମଚାରୀଙ୍କ ବିରୋଧ

ସାଙ୍କେତିକ

ପ୍ରଶାସନିକ ବିଭାଗ ଓ ନିର୍ଦ୍ଦେଶାଳୟ ମିଶ୍ରଣକୁ ଲୋକସେବା ଭବନ କର୍ମଚାରୀଙ୍କ ବିରୋଧ

ଭୁବନେଶ୍ୱର, ୨୨ ଅଗଷ୍ଟ – ପ୍ରଶାସନିକ ବିଭାଗ ଓ ନିର୍ଦ୍ଦେଶାଳୟର ମିଶ୍ରଣକୁ ଲୋକସେବା ଭବନ କର୍ମଚାରୀ ସଂଘ ବିରୋଧ କରିଛି । କାର୍ଯ୍ୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଏହି ପଦକ୍ଷେପ ନିଆଯାଇଛି ବୋଲି ସରକାର ଯାହା କହୁଛନ୍ତି ତାହା ଠିକ୍ ନୁହେଁ । ତରବରିଆ ଭାବେ ଏହି ନିଷ୍ପତି ନିଆଯାଇଛି । ଯଦି ଲୋକଙ୍କୁ ଅତି ଶୀଘ୍ର ସେବା ଯୋଗାଇ ଦେବାକୁ ଚାହୁଛନ୍ତି ତେବେ ସ୍ଥିତାବସ୍ଥାକୁ ବଜାୟ ରଖାଯାଉ । କାର୍ଯ୍ୟ ତ୍ୱରାନ୍ୱିତ ହେବ ତାର ବ୍ୟବସ୍ଥା କରନ୍ତୁ ବୋଲି ସଂଘ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ମୁଖ୍ୟ ଶାସନ ସଚିବଭାବେ ଅସିତ୍ କୁମାର ତ୍ରିପାଠୀ ଦାୟିତ୍ୱ ନେବା ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନରେ ପ୍ରଥମ ସଂସ୍କାର ଅଣାଯାଇଛି । ରାଜ୍ୟ ପ୍ରଶାସନ କାର୍ଯ୍ୟାନ୍ୱୟନରେ ବଡ଼ ଧରଣର ପରିବର୍ତନ କରାଯାଇଛି । ଏଣିକି ପ୍ରଶାସନିକ ବିଭାଗ ଓ ନିର୍ଦ୍ଦେଶାଳୟ ମିଶ୍ରଣ ହେବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା