Connect with us

ଓଡିଶା

ରାଜ୍ୟର ବିଭିନ୍ନ ନଦୀରେ ଜଳପତନ ବୃଦ୍ଧି

ସାଙ୍କେତିକ

ରାଜ୍ୟର ବିଭିନ୍ନ ନଦୀରେ ଜଳପତନ ବୃଦ୍ଧି
ଭୁବନେଶ୍ୱର,୧୮ଅଗଷ୍ଟ – ରାଜ୍ୟର ଉପକୂଳ ଏବଂ ଉତର ଓଡ଼ିଶା, ଦକ୍ଷିଣ ଓଡ଼ିଶାରେ ଥିବା କେତେକ ନଦୀର ଜଳ ପତନ ବୃଦ୍ଧି ପାଇବାରେ ଲାଗିଛି । ତେବେ ମହାନଦୀ ଏହାର ଶାଖା ନଦୀ ଦେବୀ ନଦୀ ଏବଂ ବଂଶଧାରା ନଦୀରେ ଦଳ ପତନ ହ୍ରାସ ପାଇବାରେ ଲାଗିଛି ବୋଲି କେନ୍ଦ୍ରୀୟ ଜଳ ଆୟୋଗ ସୂତ୍ରରୁ ଜଣାପଡ଼ିଛି । ସନ୍ଧ୍ୟା ୬ ଟାରେ ମିଳିଥିବା ଖବର ଅନୁଯାୟୀ, ମହାନଦୀର ଅନ୍ୟତମ ଶାଖା ନଦୀ କୁଶଭଦ୍ରାର ନିମାପଡ଼ା ଠାରେ ବୃଦ୍ଧି ପାଉଥିଲା ବେଳେ ଇବ୍ ନଦୀ ସୁନ୍ଦରଗଡ଼ଠାରେ, ବ୍ରାହ୍ମଣୀ ପାନପୋଷ ଜେନାପୁର, ବୈତରଣୀ ଆନନ୍ଦପୁରଠାରେ ଜଳପତନ ବୃଦ୍ଧି ପାଉଛି । ତେବେ ଏହି ନଦୀର ଜଳପତନ ଆଖୁଆପଦା ଠାରେ ସ୍ଥିର ରହିଛି । ସେହିପରି ସୁବର୍ଣ୍ଣରେଖା ଜାମଶୋଳାଘାଟ, ରାଜଘାଟ, ଋଷିକୂଲ୍ୟା ପୁରୁଷୋତମପୁର ଏବଂ ଜଳକା ନଦୀ ର ଜଳପତନ ଅନୁରୂପ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଇବ୍ ନଦୀ ସୁନ୍ଦରଗଡ଼ରେ ଠାରେ ୨୧୯.୯୭ ମିଟରରେ ଚାଲିଥିଲା ବେଳେ ଏହାର ବିପଦ ସଂକେତ ୨୨୨ ଫୁଟ ରହିଛି । ସେହିପରି ବୈତରଣୀ ନଦୀ ଆନନ୍ଦପୁରରେ ବିପଦ ସଂକେତ ୩୮.୩୬ ମିଟର ଥିଲା ବେଳେ ବର୍ତମାନ ସେଠାରେ ୩୫.୦୫ ମିଟରରେ ରହିଛି । ଆଖୁଆପଦାରେ ବିପଦ ସଂକେତ ୧୭.୮୩ ମିଟରରେ ରହିଥିଲା ବେଳେ ବର୍ତମାନ ୧୬.୮୦ ମିଟରରେ ପ୍ରବାହିତ ହେଉଛି । ବୁଢ଼ାବଳଙ୍ଗ ଜାମଶୋଳା ଘାଟରେ ବିପଦ ସଂକେତ ୪୯.୧୫ ମିଟର ଥିଲା ବେଳେ ତାହା ୪୫.୭୦ମିଟରରେ ପ୍ରବାହିତ ହେଉଛି । ସୁବର୍ଣ୍ଣରେଖା ରାଜଘାଟ ଠାରେ ବିପଦ ସଂକେତ ୧୦.୩୬ ମିଟର ରହିଥିଲା ବେଳେ ଏବେ ୫.୮୭ ମିଟରରେ ପ୍ରବାହିତ ହେଉଛି । ଋଷିକୂଲ୍ୟ ପୁରୁଷୋତମପୁରଠାରେ ବିପଦସଂକେତ ୧୬.୮୩ ମିଟର ରହିଥିଲା ବେଳେ ବର୍ତମାନ ୧୩.୨୬ ମିଟରରେ ପ୍ରବାହିତ ହେଉଛି । ଜଳକା ନଦୀ ବିପଦ ସଂକେତ ୫.୫୦ ମିଟରରେ ମଥାନୀ ଠାରେ ରହିଥିଲା ବେଳେ ବର୍ତମାନ ୬.୧୭ ମିଟରରେ ପ୍ରବାହିତ ହେଉଛି । ସେଥିଯୋଗୁ ସେଠାରେ ବନ୍ୟା ହୋଇଛି । ବୁଢ଼ା ବଳଙ୍ଗ ଜାତୀୟ ରାଜପଥ ୫ରେ ହ୍ରାସ ପାଉଥିଲା ବେଳେ ବଂଶଧାରା ଗୁଣୁପୁରର କାଶୀନଗରଠାରେ ଜଳସ୍ତର ହ୍ରାସ ପାଉଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା