Connect with us

ଦେଶ

ପୋଲିସ ହେପାଜତରେ ଆମ୍ରପାଲି ଗ୍ରୁପ୍ର ୩ ନିର୍ଦ୍ଦେଶକ

ସାଙ୍କେତିକ ଚିତ୍ର

ପୋଲିସ ହେପାଜତରେ ଆମ୍ରପାଲି ଗ୍ରୁପ୍ର ୩ ନିର୍ଦ୍ଦେଶକ
ନୂଆଦିଲ୍ଲୀ,୯ା୧୦ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ପୋଲିସ ଆମ୍ରପାଲି ଗ୍ରୁପର ୩ଜଣ ନିର୍ଦ୍ଦେଶକଙ୍କୁ ହେପାଜତକୁ ନେଇଛି । ବାରମ୍ବାର ତାଗିଦା ପରେ ବି ଦସ୍ତାବିଜ୍ ଦାଖଲର ଆମ୍ରପାଲି ଗ୍ରୁପ୍ ବିଳମ୍ବ କରିବାରୁ ସର୍ବୋଚ୍ଚ ଅଦାଲତ କ୍ଷୋଭ ପ୍ରକାଶ କରିବା ସହ ନିର୍ଦ୍ଦେଶକଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଦସ୍ତାବିଜ୍ ଦାଖଲ କରିବା ପର୍ଯ୍ୟନ୍ତ ଆମ୍ରପାଲିର ନିର୍ଦ୍ଦେଶକମାନେ ପୋଲିସ ହେପାଜତରେ ରହିବେ ବୋଲି ଅଦାଲତ କହିଛନ୍ତି । ଆମ୍ରପାଲି ରିୟଲ ଇଷ୍ଟେଟ ଗ୍ରୁପ୍ର ନିର୍ଦ୍ଦେଶକ ଅନିଲ କୁମାର ଶର୍ମା, ଶିବ ପ୍ରିୟ ଏବଂ ଅଜୟ କୁମାର ପୋଲିସ ହେପାଜରେ ଅଛନ୍ତି ।

ପ୍ରକାଶଥାଉ କି, ଆମ୍ରପାଲି ଗ୍ରୁପ୍ର ଅନେକ ପ୍ରକଳ୍ପ କାର୍ଯ୍ୟ ଅଧା ଖଣ୍ଡିଆ ହୋଇ ପଡି ରହିଥିବାରୁ ନିବେଶକଙ୍କ ଅର୍ଥ ଫସି ରହିଛି । ମଙ୍ଗଳବାର ସୁପ୍ରିମକୋର୍ଟ ଆମ୍ରପାଲି ଗ୍ରୁପ୍ ଡେଭଲପରଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ, “କୋର୍ଟ ସହ ଲୁଚକାଳି ଖେଳନାହିଁ । ଯେ ପର୍ଯ୍ୟନ୍ତ ଦସ୍ତାବିଜ୍ ଦାଖଲ କରିନାହଁ, ସେ ପର୍ଯ୍ୟନ୍ତ ନିର୍ଦ୍ଦେଶକମାନେ ପୋଲିସ ହେପାଜତରେ ରହିବେ” । ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ସୁପ୍ରିମକୋର୍ଟ ଋଣ ଆଦାୟ ଟ୍ରାଇବ୍ୟୁନାଲ (ଡିଆରଟି)ଙ୍କୁ ଆମ୍ରପାଲି ଗ୍ରୁପର ୧୬ଟି ସମ୍ପତ୍ତି ନିଲାମ ଅବା ବିକ୍ରି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ୧୬ଟି ସମ୍ପତ୍ତି ବିକ୍ରି ଦ୍ୱାରା ୧୬୦୦ କୋଟି ଟଙ୍କା ସଂଗ୍ରହ କରିହେବ ବୋଲି ଆକଳନ କରାଯାଇଛି । ସମ୍ପତ୍ତି ବିକ୍ରି ଅର୍ଥ ଦ୍ୱାରା ଅଧା ପଡିଥିବା ପ୍ରକଳ୍ପ କାର୍ଯ୍ୟ ପୂର୍ଣ୍ଣ କରିବା ପାଇଁ ଧ୍ୟାନ ଦେବାକୁ କୋର୍ଟ କହିଥିଲେ । ଏନେଇ ସମସ୍ତ ଦସ୍ତାବିଜ୍ ଡିଆରଟିଙ୍କ ନିକଟରେ ଦାଖଲ କରିବାକୁ କୋର୍ଟ ଆମ୍ରପାଲି ଗ୍ରୁପ୍ର ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ନିର୍ଦ୍ଦେଶକମାନେ ଦସ୍ତାବିଜ୍ ଦାଖଲ ନକରି ସମୟ ଗଡାଇ ଚାଲିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ