Connect with us

ଓଡିଶା

ପୁରୀ ଗଣଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ଦାବୀରେ ଛାତ୍ର କଂଗ୍ରେସର ବିକ୍ଷୋଭ

ସାଙ୍କେତିକ

ପୁରୀ ଗଣଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ଦାବୀରେ ଛାତ୍ର କଂଗ୍ରେସର ବିକ୍ଷୋଭ
ଭୁବନେଶ୍ୱର, ୦୩ ଡିସେମ୍ବର – ଅଖିଳ ଭାରତୀୟ ଛାତ୍ର କଂଗ୍ରେସ ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀ ରାଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ ପୁରୀ ଗଣଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ଏବଂ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ କରାଯାଇଥିଲା । ଶିଶୁ ଭବନ ଛକରେ ଆନ୍ଦୋଳନକାରୀଙ୍କ ପୋଲିସ୍ ଅଟକାଇଥିଲା । ଫଳରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା ।
ମଙ୍ଗଳବାର ଏକ ମୋଟର ସାଇକେଲ ର‌୍ୟାଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡକୁ ଅଗ୍ରସର ହେଉଥିବା ବେଳେ ଶିଶୁଭବନ ଛକଠାରେ ପୋଲିସ ଶ୍ରୀ ପଟ୍ଟନାୟକ ଏବଂ ଏଥିରେ ଅଂଶଗ୍ରହଣ କରିଥିବା ଛାତ୍ର ଓ ଯୁବକଂଗ୍ରେସ ନେତୃବର୍ଗଙ୍କୁ ଅଟକାଇ ଥିଲା । ସେଠାରେ ଛାତ୍ର କଂଗ୍ରେସ ନେତା ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।

ପୋଲିସ ଆନ୍ଦୋଳନରତ ଛାତ୍ର ଓ ଯୁବ କଂଗ୍ରେସ ନେତା ଓ କର୍ମୀମାନଙ୍କୁ ଗିରଫ କରିଥିଲେ । ଆନ୍ଦୋଳନର ନେତୃତ୍ୱ ନେଇଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ୨୦ ବର୍ଷର ନବୀନ ଶାସନରେ ମହିଳାମାନେ ଅସୁରକ୍ଷିତ ଓ ଅତ୍ୟାଚାରିତ । ପୁରୀ ଗଣଦୁଷ୍କର୍ମ ପୀଡିତାର ଦୁଷ୍କର୍ମକାରୀମାନେ ହେଉଛନ୍ତି ପୋଲିସ । ଯେଉଁମାନେ ମହିଳାଙ୍କୁ ସୁରକ୍ଷା ଦେବାକଥା । ନବୀନ ଶାସନରେ ବାଡ ଫସଲ ଖାଇବା ଉଦାହରଣ ଜଳଜଳ ହେଇ ଦିଶୁଛି । ନିକଟରେ ସ୍ମିତାରାଣୀଙ୍କୁ ମାରିଥିବା ଆସାମୀମାନଙ୍କୁ ଘଂଟ ଘୋଉଥିବା ରାଜ୍ୟ ସରକାର ପୁଣି ପୁରୀ ଗଣଦୁଷ୍କର୍ମକାରୀଙ୍କୁ ଉପଯୁକ୍ତ ଦଣ୍ଡ ଦେବାକୁ ପଛଘୁଂଚା ଦେଉଛନ୍ତି । ଏହାକୁ ନେଇ ଛାତ୍ର କଂଗ୍ରେସ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି । ଯଦି ପୀଡିତାଙ୍କୁ ନ୍ୟାୟ ଓ ଦୁଷ୍କର୍ମକାରୀଙ୍କ ଉପଯୁକ୍ତ ଦଣ୍ଡ ଦିଆନଯାଏ ତେବେ ଛାତ୍ର କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡାମାଡ କରିବାକୁ ପଛଘୁଂଚା ଦେବନାହିଁ ।
ଏହି କାର୍ଯ୍ୟକ୍ରମରେ ବିଧାୟକ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର ଯୁବ କଂଗ୍ରେସ ସଭାପତି ରଂଜିତ୍ ପାତ୍ର, ଛାତ୍ର କଂଗ୍ରେସ ରାଜ୍ୟ ସଂଯୋଜକ ୟାସିର ନୱାଜ, ଯୁବନେତା ବିଭୁଦତ ରଥ, ପ୍ରସନ୍ନ ମାର୍ଥା, ଅଜୟ ସାହୁ, ଗୋପନ ମାର୍ଥା, ସ୍ୱାଗତ କର, ବିରଂଚି ବାରିକ, ବାଦଲ ମହାନ୍ତି, ଦୁର୍ଗା ମହାଲା, ଫାରୁକ୍ ଖାନ, ବାବୁ ଜେନା, ରମାକାନ୍ତ ସାହୁ, ପିଂଟୁ ରାଉତଙ୍କ ସମେତ ଶତାଧିକ ଛାତ୍ର ଓ ଯୁବ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା