Connect with us

ଦେଶ

ମୋଦି ସରକାରର ନଜର ଆରବିଆଇରେ ଥିବା ଗଚ୍ଛିତ ଟଙ୍କା

ସାଙ୍କେତିକ ଚିତ୍ର

ମୋଦି ସରକାରର ନଜର ଆରବିଆଇରେ ଥିବା ଗଚ୍ଛିତ ଟଙ୍କା
ନୂଆଦିଲ୍ଲୀ:- ମୋଦି ସରକାରର ନଜର ଆରବିଆଇରେ ଥିବା ଗଚ୍ଛିତ ଟଙ୍କା । ଆରବିଆଇ ପାଖରେ ଗଚ୍ଛିତ ରହିଥିବା ଏକ-ତୃତୀୟାଂଶ(୩.୬ ଲକ୍ଷ କୋଟି) ଟଙ୍କାକୁ କେନ୍ଦ୍ର ସରକାର ନେବାକୁ ଚାହୁଁଛନ୍ତି । ଆରବିଆଇ ପାଖରେ ମୋଟ ୯.୬ ଲକ୍ଷ କୋଟି ଟଙ୍କା ଗଚ୍ଛିତ ହୋଇ ରହିଛି । ଆରବିଆଇ ଏତେ ପରିମାଣର ଅର୍ଥକୁ ଗଚ୍ଛିତ କରି ରଖିବା ଦ୍ଵାରା ଦେଶର କୌଣସି ଫଇଦା ନାହିଁ । ଏହି ଅର୍ଥକୁ ଗଚ୍ଛିତ କରିବା ଅପେକ୍ଷା ଦେଶର ବିକାଶ ଦିଗରେ ବ୍ୟବହାର କଲେ ଦେଶବାସୀ ଉପକୃତ ହୋଇପାରିବେ ବୋଲି ସରକାର ମତ ଦେଇଛନ୍ତି । ଏବେ ସରକାର ଆରବିଆଇର ଗଚ୍ଛିତ ୯.୬ ଲକ୍ଷ କୋଟି ଟଙ୍କାରୁ ୩.୬ ଲକ୍ଷ କୋଟିକୁ ନେଇ ବିକାଶମୂଳକ କାର୍ଯ୍ୟରେ ବ୍ୟବହାର କରିବେ ବୋଲି ଯୋଜନା ରଖିଛନ୍ତି ।
ଅନ୍ୟପକ୍ଷରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ନଭେମ୍ବର ୧୯ରେ ଆରବିଆଇ ଗଭର୍ନର ଉର୍ଜିତ ପଟେଲ ନିଜ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଜଣାପଡିଛି । ଏହି ବୈଠକରେ ସରକାର ଆରବିଆଇ ଗଭର୍ଣ୍ଣରଙ୍କ କ୍ଷମତାକୁ କମାଇବା ପାଇଁ ଏକ ସ୍ୱତନ୍ତ୍ର ଏଜେଣ୍ଡା ପ୍ରସ୍ତୁତ କରୁଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ