Connect with us

ଅପରାଧ

ପୁଣି ଖୋଲିବ ଆରୁଷି ଫାଇଲ୍

ପୁଣି ଖୋଲିବ ଆରୁଷି ଫାଇଲ୍

ସୁପ୍ରିମକୋର୍ଟ -ପୁଣି ଖୋଲିବ ଆରୁଷି ଫାଇଲ୍
ନୂଆଦିଲ୍ଲୀ,୧୦ା୮ : ଆରୁଷି ହତ୍ୟାକାଣ୍ଡ ମାମଲାର ପୁଣିଥରେ ବିଚାର ପ୍ରକ୍ରିୟା ଆରମ୍ଭ ହେବ । ଏଭଳି ନିଷ୍ପତ୍ତି ନେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ଏଥିନିମନ୍ତେ ଉତ୍ତରପ୍ରଦେଶ ସରକାର ଓ ତଲବାର ଦମ୍ପତ୍ତିଙ୍କୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି । ଏହି ମାମଲାରେ ସୁପ୍ରିମକୋର୍ଟରେ ହେମରାଜଙ୍କ ପତ୍ନୀ ମଧ୍ୟ ପୁନର୍ବିଚାର ଆବେଦନ କରିଥିଲେ । ଆହ୍ଲାବାଦ୍ ହାଇକୋର୍ଟ ଦ୍ୱାରା ରାଜେଶ ତଲବାର ଓ ତାଙ୍କ ପତ୍ନୀ ନୁପୁରଙ୍କୁ ନିର୍ଦ୍ଦୋଷ ଘୋଷଣା କରାଯାଇଥିବା ବେଳେ ଉକ୍ତ ରାୟକୁ ଚ୍ୟାଲେଞ୍ଜ କରି ସିବିଆଇ ଦ୍ୱାରା ପୁନର୍ବିଚାର ଆବେଦନ କରାଯାଇଛି । ସୁପ୍ରିମକୋର୍ଟ ସିବିଆଇ ଓ ହେମରାଜଙ୍କ ପତ୍ନୀଙ୍କ ଆବେଦନର ଏକତ୍ର ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି । ନୋଇଡା ଡାକ୍ତର ଦମ୍ପତ୍ତି ରାଜେଶ ଓ ନୁପୁରଙ୍କ ନାମରେ ତାଙ୍କ ଝିଅ ଆରୁଷି ଓ ଚାକର ହେମରାଜଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ୨୦୧୬ ଅକ୍ଟୋବର ୧୨ରେ ରାଜେଶ ଓ ନୁପୁରଙ୍କୁ ପ୍ରମାଣ ଅଭାବରୁ ଖଲାସ କରିଦେଇଥିଲେ । ସିବିଆଇ ଦ୍ୱାରା ପ୍ରଦତ୍ତ ପ୍ରମାଣ ପର୍ଯ୍ୟାପ୍ତ ନଥିବାରୁ ଆହ୍ଲାବାଦ କୋର୍ଟ ଏଭଳି ନିଷ୍ପତ୍ତି ନେଇଥିବା ରାୟରେ ପ୍ରକାଶ କରିବା ସହ ସିବିଆଇର ତଦନ୍ତ ପ୍ରକ୍ରିୟା ଉପରେ ସନ୍ଦେହ ପ୍ରକାଶ କରିଥିଲେ । ନିୟମ ମୁତାବକ ତଳ କୋର୍ଟର ରାୟକୁ ୯୦ଦିନ ମଧ୍ୟରେ ଉଚ୍ଚ ନ୍ୟାୟାଳୟରେ ପୁନର୍ବିଚାର ନିମନ୍ତେ ଆବେଦନ କରାଯାଇପାରିବ । କିନ୍ତୁ ସିବିଆଇ ଉଚ୍ଚ ଅଧିକାରୀ ଏହି ମାମଲାର ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପୁନର୍ବିଚାର ଆବେଦନ କରିନଥିଲେ । ନଭେମ୍ବର ୨୦୧୩ରେ ଗାଜିଆବାଦର ତଳ କୋର୍ଟ ତଲବାର ଦମ୍ପତ୍ତିଙ୍କୁ ଆରୁଷି ଓ ହେମରାଜ ହତ୍ୟାକାଣ୍ଡ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ତଲବାର ଦମ୍ପତି କେବଳ ଆରୁଷି ଓ ହେମରାଜଙ୍କୁ ହତ୍ୟା କରି ନଥିଲେ ବରଂ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିଲେ ବୋଲି ମାନ୍ୟବର କୋର୍ଟ ଉପରୋକ୍ତ ରାୟ ପ୍ରଦାନ ବେଳେ ଉଲ୍ଲେଖ କରିଥିଲେ । ତଳ କୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ତଲବାର ଦମ୍ପତି ଆହ୍ଲାବାଦ୍ ହାଇକୋର୍ଟରେ ପୁନର୍ବିଚାର ଆବେଦନ କରିଥିଲେ । ୧୬ମେ’ ୨୦୦୮ରେ ନୋଇଡା ସ୍ଥିତ ଜଳବାୟୁ ବିହାରସ୍ଥିତ ତଲବାର ଦମ୍ପତିଙ୍କ ଘରୁ ଆରୁଷିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପ୍ରାରମ୍ଭିକ ତଦନ୍ତ ପରେ ଏହି ହତ୍ୟାକାଣ୍ଡ ଘରର ଚାକର ହେମରାଜ କରିଥିବା ପୋଲିସ ସନ୍ଦେହ କରିଥିଲା । ତେବେ ଘଟଣାର ପରଦିନ ଆରୁଷିଙ୍କ ଘର ଛାତରୁ ହେମରାଜଙ୍କ ମୃତଦେହ ଉଦ୍ଧାର ହେବାରୁ ପରିସ୍ଥିତି ଭିନ୍ନ ମୋଡ ନେଇଥିଲା । ପରେ ଆରୁଷି ଓ ହେମରାଜଙ୍କ ମଧ୍ୟରେ ଥିବା ଅନୈତିକ ସମ୍ପର୍କ ପାଇଁ ରାଜେଶ ଉଭୟଙ୍କୁ ହତ୍ୟା କରିଥିବା ପୋଲିସ ତଥ୍ୟ ପ୍ରମାଣ କୋର୍ଟରେ ଦାଖଲ କରିଥିଲା । ପରବର୍ତ୍ତୀ ସମୟରେ ଏହି ମାମଲା ନୋଇଡା ପୋଲିସ ପାଖରୁ ସିବିଆଇକୁ ହସ୍ତାନ୍ତର କରାଗଲା । ନୋଇଡା ପୋଲିସ ଉପରେ ତଦନ୍ତରେ ଅବହେଳା କରାଯାଇଥିବା ଅଭିଯୋଗ ହୋଇଥିଲା । ସିବିଆଇ ତଦନ୍ତ କରି ଏହି ଘଟଣାର ରିପୋର୍ଟ ଦାଖଲ କରିଥିଲା । ଗାଜିଆବାଦ କୋର୍ଟ ପକ୍ଷରୁ ଉଭୟ ତଲବାର ଦମ୍ପତିଙ୍କୁ ଆରୁଷି ଓ ହେମରାଜଙ୍କୁ ହତ୍ୟା କରିବା ଅପରାଧରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ