Connect with us

ଓଡିଶା

ସଂଧ୍ୟା ୫ଟା ସୁଦ୍ଧା ୬୧ % ମତଦାନ

ସାଙ୍କେତିକ

ସଂଧ୍ୟା ୫ଟା ସୁଦ୍ଧା ୬୧ % ମତଦାନ
– ୨ ଟି ବୁଥ୍ ରେ ହେବ ସାନି ମତଦାନ
ଭୁବନେଶ୍ୱର,୨୩ ଅପ୍ରେଲ – ଓଡିଶାରେ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୧ ପ୍ରତିଶତ ମତଦାନ ହୋଇଛି । କିଛି ସ୍ଥାନରେ ମତଦାନ ଜାରୀ ରହିଥିବାରୁ ମତଦାନ ପ୍ରତିଶତ ବୃଦ୍ଧି ପାଇପାରେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ରାଜ୍ୟର ପ୍ରାୟତଃ ସବୁ ସ୍ଥାନରେ ନର୍ବାଚନ ସୁରୁଖୁରରେ ଶେଷ ହୋଇଛି । ନିର୍ବାଚନ ଆରମ୍ଭରେ କେତୋଟି ସ୍ଥାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପୋଲିଂରେ ବିଳମ୍ୱ ହୋଇଥିଲା । ଯାହାକୁ ପରେ ସମାଧାନ କରାଯାଇଥିଲା ବୋଲି ସିଇଓ କହିଥିଲେ । ଦ୍ୱିତୀୟ ପର୍ଯ୍ୟାୟ ପରି ତୃତୀୟ ପର୍ଯ୍ୟାୟରେ ମଧ୍ୟ ମନୁଷ୍ୟକୃତ ତ୍ରୁଟି ଯୋଗୁଁ ଦୁଇଟି ବୁଥରେ ନର୍ବାଚନକୁ ସ୍ଥଗିତ ରଖାଯାଇଛି । ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀରେ ସାନି ମତଦାନ ପାଇଁ ନିର୍ବାଚନ ଆୟୋଗଙ୍କୁ ସୁପାରିଶ କରାଯାଇଛି । କଟକ ଲୋକସଭା ମଣ୍ଡଳୀର ବଡମ୍ବା ନିର୍ବାଚନ ମଣ୍ଡଳୀରେ ୮୭ ନମ୍ୱର ବୁଥରେ ୧୩୪ଟା ଭୋଟ ପଡିବା ପରେ ତ୍ରୁଟି ଦେଖା ଦେଇଥିଲା । ଏହା ପରେ ଭିଭିପାଟ ପରିବର୍ତନ କରାଯାଇଥିଲା । ପୁଣି ୨୨ ଟି ଭୋଟ ହୋଇଥିଲା । ଏହା ପରେ ଇଭିଏମ ସହ ଭିଭିପାଟର ଭୁଲ ସଂଯୋଗ ହୋଇଥିବା ଜଣା ପଡିବାରୁ ସେଠାରେ ନିର୍ବାଚନ ବାତିଲ କରାଯାଇଥିଲା । ସେହିପରି ଦେବଗଡ ଲୋକସଭା ଆସନର ବୁଥ ନମ୍ବର୧୮୩ରେ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ସେଠାରେ ମଧ୍ୟ ନିର୍ବାଚନ ବାତିଲ କରାଯାଇଥିଲା । ଏଥିପାଇଁ ଦାୟୀ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।
୩ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲା । ମଙ୍ଗଳବାର ଅପରାହ୍ଣ ୧ଟା ସୁଦ୍ଧା ୩୪% ମତଦାନ ହୋଇଥିବା ବେଳେ ପୂର୍ବାହ୍ନ ୧୧ଟା ସୁଦ୍ଧା ୧୮% ମତଦାନ ହୋଇଥିବା ବେଳେ ସକାଳ ୯ଟା ସୁଦ୍ଧା ରାଜ୍ୟରେ ୬% ମତଦାନ ହୋଇଥିଲା ।
ମଙ୍ଗଳବାର ତୃତୀୟ ପର୍ଯ୍ୟାୟରେ ୬ ଗୋଟି ଲୋକସଭା ଆସନ ଯଥା- ସମ୍ବଲପୁର, କେଉଁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ସହ ଏହା ଅଧୀନସ୍ଥ ୪୨ ଗୋଟି ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେଉଛି । ୧୦,୪୬୪ ବୁଥ୍ରେ ମୋଟ ୯୨ ଲକ୍ଷ ୫୬ ହଜାର ୯୨୨ ଜଣ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରୁଛନ୍ତି । ତୃତୀୟ ପର୍ଯ୍ୟାୟରେ ଲୋକସଭା ନିର୍ବାଚନରେ ୬୧ ଜଣ ପ୍ରାର୍ଥୀ ଓ ବିଧାନସଭା ନିର୍ବାଚନରେ ୩୫୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।
ତେବେ କିଛି ଜାଗାରେ ଇଭିଏମ୍ ଅଚଳ ଓ କେତେକ ଜାଗାରେ ତ୍ରୁଟି ଦେଖାଦେଇଥିବାର ଖବର ଆସିଛି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ୩୬ନଂ ବୁଥର ଇଭିଏମରେ ତ୍ରୁଟି ଦେଖାଦେଇଥିଲା । କରଞ୍ଜିଆ ନିର୍ବାଚନମଣ୍ଡଳୀର ୩୬ନଂ ବୁଥର ଇଭିଏମରେ ମଧ୍ୟ ତ୍ରୁଟି ଦେଖାଦେଇଥିଲା । ସହିପରି କେନ୍ଦୁଝର ମ୍ୟୁନିସିପାଲିଟିର ୨୨୧, ୨୪୩, ୨୫୫ ବୁଥ୍ ଓ କୁଚିଣ୍ଡା କତରାପାଲି ୧୨୨ ନମ୍ବର ବୁଥରେ ଇଭିଏମ୍ ତ୍ରୁଟି ଦେଖାଦେଇଥିଲା । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୁରୁଣାବାନ୍ଦଗୁଡ଼ା ୨୮୧ନଂ ବୁଥର ଇଭିଏମ୍ ଅଚଳ ହୋଇଥିଲା । ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ନିକୋପାର୍କ ଆଶ୍ରମ ସ୍କୁଲ ୩୨ନଂ ବୁଥ୍ , ବାଙ୍କୀ ନିର୍ବାଚନମଣ୍ଡଳୀର ୯୬, ୧୦୯ ନଂ ବୁଥ୍ ଇଭିଏମ୍ , ବ୍ରହ୍ମଗିରି ବାଲିପାଟପୁର ୫ ନମ୍ବର , କଟକ ରାଜାବଗି· ୧୭୯ ନମ୍ବର , ହିନ୍ଦୋଳର ୨୩୨, ମ୍ୟୁନିସିପାଲିଟିର ୧୯୩, ୧୯୪ ବୁଥରେ ଇଭିଏମ୍ ଅଚଳ ହେବା ଯୋଗୁଁ ମତଦାନ ପ୍ରକ୍ରିୟା ବିଳମ୍ବିତ ହୋଇଥିଲା ।
ସେହିପରି ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀର ୧୧୨ନଂ , ତାଳବସ୍ତ ୧୬୨ନଂ , ପୁରୀ ଗଦାଧର ସ୍କୁଲ୍ ୧୪୬ ନଂ . ବାଦାମବାଡ଼ି ନ୍ୟୁ କଲୋନୀ ୧୬୯ ନଂ ବୁଥ୍ , ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ୧୪୫, ୧୦୧, ୧୩୫, ୧୩୮ ନଂ ବୁଥ୍ ରେ ମଧ୍ୟ ମତଦାନ ବିଳମ୍ବିତ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା