Connect with us

ଅପରାଧ

ନଦୀରେ ବୁଡି ଭାଇଭଉଣୀଙ୍କ ମୃତ୍ୟୁ

ସାଙ୍କେତିକ ଚିତ୍ର

ନଦୀରେ ବୁଡି ଭାଇଭଉଣୀଙ୍କ ମୃତ୍ୟୁ
ମୋହନା,୮ା୧୧ : ମାଆ ସହ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡି ଭାଇଭଉଣୀଙ୍କ ମୃତ୍ୟୁ ଘଟିଛି । ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନାରେ । ମୃତ ଭାଇ ଭଉଣୀ ହେଲେ ୩ ବର୍ଷିୟ ବିଷ୍ଣୁ ସୁଆଲସିଂ ଏବଂ ୬ ବର୍ଷିୟା ସୌମ୍ୟା ସୁଆଲସିଂ । ଆଜି ସକାଳେ ଭାଇଭଉଣୀ ମାଆ ସହିତ ଗ୍ରାମ ନିକଟସ୍ଥ ଦୋମୁହାଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ତେବେ ଗାଧୋଇବା ସମୟରେ ଗଭୀର ଜଳ ରାଶି ମଧ୍ୟକୁ ଗୋଡ ଖସିଯିବାରୁ ଦୁହେଁ ପାଣିରେ ବୁଡି ଯାଇଥିଲେ । ଦୁଇ ଛୁଆଙ୍କୁ ଗ୍ରାମବାସୀଙ୍କ ସହାୟତାରେ ନଦୀରୁ ଉଦ୍ଧାର କରାଯାଇ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲେ ସୁଦ୍ଧା ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରୀ ରଖିଛି । ମହିଳା ଜଣକ ନିଜ ସମ୍ପର୍କୀୟଙ୍କ ଘରକୁ ବୁଲି ଆସିଥିବା ବେଳେ ଏହି ଅଘଟଣ ଘଟିଥିଲା । ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ