Connect with us

ଓଡିଶା

କେନ୍ଦ୍ରୀୟ ପିଏସ୍‍ୟୁ ସମ୍ମୁଖରେ ବିଜୁ ଯୁବ-ଛାତ୍ର ଜନତା ଦଳର ବିକ୍ଷୋଭ

ସାଙ୍କେତିକ ଚିତ୍ର

କେନ୍ଦ୍ର ସରକାରଙ୍କ ଓଡ଼ିଶା ଯୁବ ଶକ୍ତିକୁ ପ୍ରତାରଣା ଓ ବିଶ୍ୱାସଘାତ ପ୍ରସଙ୍ଗ
କେନ୍ଦ୍ରୀୟ ପିଏସ୍‍ୟୁ ସମ୍ମୁଖରେ ବିଜୁ ଯୁବ-ଛାତ୍ର ଜନତା ଦଳର ବିକ୍ଷୋଭ
ଭୁବନେଶ୍ୱର,୮ା୧୧ : ଭାରତୀୟ ଜନତା ପାର୍ଟି ୨୦୧୪ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲେ ଯେ, ପ୍ରତିବର୍ଷ ୨କୋଟି ଚାକିରି ଯୋଗାଇଦେବ । ଗତ ସାଢେ ଚାରିବର୍ଷ ମଧ୍ୟରେ ଭାରତବର୍ଷକୁ ବିଜେପି ଶାସିତ କେନ୍ଦ୍ର ସରକାର ୯କୋଟି ଚାକିରି ଯୋଗାଇ ଦେବାକଥା । ବିଡ଼ମ୍ବନାର ବିଷୟ ଯେ, ଘୋଷିତ ଚାକିରି ସୃଷ୍ଟି ନହେଉଣୁ ଭାରତବର୍ଷରେ କୋଟି କୋଟି ଚାକିରି ବନ୍ଦ ହୋଇଯାଇଛି । ଓଡ଼ିଶା କ୍ଷେତ୍ରରେ ଏହି ୧୦ କୋଟି ଚାକିରି ଅନୁପାତ ଅନୁସାରେ ରାଜ୍ୟର ଯୁବଶକ୍ତି ୩୬ ଲକ୍ଷ ଚାକିରି କେନ୍ଦ୍ରର ପ୍ରତିଶ୍ରୁତି ଅନୁସାରେ ପାଇବାର କଥା । କିନ୍ତୁ ଆଜି ପର୍ଯ୍ୟନ୍ତ ଏହା ଫଳପ୍ରଦ ହେଇନାହିଁ । ଏସବୁ କେବଳ ମିଥ୍ୟା ପ୍ରତିଶ୍ରୁତି ଓ ଯୁବଶକ୍ତିଙ୍କୁ ପ୍ରତାରଣା କହିଲେ ଅତ୍ୟୁକ୍ତି ହେବନାହିଁ ।

ଏଭଳି ମିଥ୍ୟା ପ୍ରତିଶ୍ରୁତି ଏବଂ ଯୁବଶକ୍ତିଙ୍କୁ ପ୍ରତାରଣା କରିବା ବିରୋଧରେ ଆଜି ଶେଷଦିନରେ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ସମ୍ବଲପୁରର ଏମ୍‍ସିଏଲ୍‍ ଅଫିସ୍‍, ରାଉରକେଲାର ଆର୍‍ଏସ୍‍ପି କାର୍ଯ୍ୟାଳୟ, ଭୁବନେଶ୍ୱରର ନାଲ୍‍କୋ ଅଫିସ୍‍, ଆଇଓସିଏଲ୍‍ ଏବଂ ରେଳ ସଦନ ଅଫିସ୍‍ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଓ ଧାରଣା କରାଯାଇଥିବା ବେଳେ ପାରାଦୀପ ସ୍ଥିତ ଆଇଓସିଏଲ୍‍ ବିଶୋଧନାଗାର ସମ୍ମୁଖରେ ମଧ୍ୟ ବିକ୍ଷୋଭ ଓ ଧାରଣା ଅନୁଷ୍ଠିତ ହୋଇଥିଲା । ବିକ୍ଷୋଭ ଓ ଧାରଣା ସ୍ଥଳରେ ଉପସ୍ଥିତ ନେତୃମଣ୍ଡଳୀ କହିଥିଲେ ଯେ ଓଡ଼ିଶାରେ ୩୦ରୁ ଊଦ୍ଧ୍ୱର୍ କେନ୍ଦ୍ରୀୟ ପିଏସ୍‍ୟୁ ସଂସ୍ଥା ଥିଲାବେଳେ ଓଡ଼ିଆ ଯୁବକ ଯୁବତୀଙ୍କ ପାଇଁ ସେଥିରେ ନିଯୁକ୍ତି ସୁଯୋଗ ନାହିଁ । କେନ୍ଦ୍ର ସରକାର ଏହି ପିଏସ୍‍ୟୁମାନଙ୍କରେ ଅନ୍ୟ ରାଜ୍ୟରୁ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଉଥିଲା ବେଳେ ଓଡ଼ିଶାର ଯୁବଶକ୍ତି ପ୍ରତି ଧ୍ୟାନ ଦେଇନାହାନ୍ତି ।

କେନ୍ଦ୍ରୀୟ ପିଏସ୍‍ୟୁମାନେ ଓଡ଼ିଶାରୁ କୋଟି କୋଟି ଟଙ୍କା ଲାଭ ଆକାରରେ ନେଉଛନ୍ତି । ନାଲ୍‍କୋ କମ୍ପାନୀ ଚଳିତ ବର୍ଷ ତା’ର ରାଜସ୍ୱ ଦ୍ୱିଗୁଣିତ କରି ୧୩୪୨ କୋଟି ଟଙ୍କାରେ ପହଞ୍ଚଥିଲା ବେଳେ ଓଡ଼ିଆ ଯୁବଶକ୍ତିଙ୍କ ପାଇଁ କୌଣସି ନୂତନ ନିଯୁକ୍ତି ସୃଷ୍ଟି କରିନାହିଁ । ୨୦୧୭-୧୮ ଆର୍ଥିକ ବର୍ଷରେ ଆଇଓସିଏଲ୍‍ ୮୨୪୫ କୋଟି ଟଙ୍କା ଲାଭ କରିଥିବା ବେଳେ ଏଚ୍‍ପିସିଏଲ୍‍ ୨୬୫୯ କୋଟି ଟଙ୍କା ଏବଂ ବିପିସିଏଲ୍‍ ୩୧୦୨ କୋଟି ଟଙ୍କା ଲାଭ କରିଥିବା ସତ୍ତେ୍ୱ ଓଡ଼ିଆ ଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗ ଯୋଗାଇ ନଦେବା କେନ୍ଦ୍ର ସରକାରଙ୍କର ଯୁବ ବିରୋଧୀ ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି । ପାରାଦୀପ ଠାରେ ଇଣ୍ଡିଆନ୍‍ ଅଏଲ କର୍ପୋରେସନ୍‍ କାରଖାନାରେ ଓଡ଼ିଆ ଯୁବକ ଯୁବତୀଙ୍କୁ ଚାକିରି ଦିଆଯାଉନାହିଁ । ଏହି ପ୍ରଶ୍ନ କେବଳ ବିଜୁ ଜନତା ଦଳର ନୁହେଁ, ଏହି ସମାନ ପ୍ରଶ୍ନ ଭାରତୀୟ ଜନତା ପାର୍ଟିର ନେତାମାନେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଚାରିଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ତାହାର ଜବାବ ପାଇପାରିନାହାନ୍ତି । ଏହି କେନ୍ଦ୍ରୀୟ ପିଏସ୍‍ୟୁଗୁଡିକରେ ଯେଉଁ ଖାଲିସ୍ଥାନ ଅଛି, ସେଥିରେ ଓଡ଼ିଶାର ଯୁବକ-ଯୁବତୀଙ୍କ ନିଯୁକ୍ତି ମିଳୁ ବୋଲି ଦାବି କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା