Connect with us

ଅପରାଧ

ଦୁଷ୍କର୍ମ କରିଥିବା ଅଭିଯୋଗରେ ମାମୁଁ ପୁଅ ଭାଇ ଗିରଫ

ସାଙ୍କେତିକ ଚିତ୍ର

ଲକ୍ଷ୍ମୀପୁର: ଜଣେ ବିବାହିତ ପୁରୁଷକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଲକ୍ଷ୍ମୀପୁର ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ପୁଲିସ ସୂଚନା ଅନୁସାରେ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ରାଉଳିପଦର ଗ୍ରାମର ଜଣେ ନାବାଳିକାଙ୍କୁ ତାଙ୍କ ମାମୁଁ ପୁଅ ଭାଇ ଅଭିମନ୍ୟୁ ସାହୁ ନାମକ ଜଣେ ବିବାହିତ ପୁରୁଷ ବାରମ୍ବାର ଦୁଷ୍କର୍ମ କରିଆସୁଥିଲା ।

ଅଭିଯୁକ୍ତ ଜଣକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୁଷ୍କର୍ମ କରିଥିଲା । କିଛି ଦିନ ତଳେ ନାବାଳିକାକୁ ଅଭିମନ୍ୟୁ ଆଣି ଧରଡା ଗାଁ ନିକଟରେ ଛାଡି ଦେଇ ଚାଲିଯାଇଥିଲା । ସମସ୍ତ ଘଟଣା ଅଭିମନ୍ୟୁଙ୍କ ପରିବାର ଲୋକେ ଜାଣିବା ପରେ ମଧ୍ୟ ତାଙ୍କ ଭାଇ ତପନ ସାହୁ ଓ ଟଙ୍କଧର ସାହୁ ନାବାଳିକାର ପରିବାରକୁ ଥାନାରେ ଅଭିଯୋଗ କଲେ ଜୀବନରେ ମାରିଦେବାକୁ ଧମକ ଚମକ ଦେଇଥିଲେ ।

ଧମକ ସତ୍ତ୍ୱେ ବି ନାବାଳିକାଙ୍କ ପରିବାର ଭୟଭୀତ ନହୋଇ ଲକ୍ଷ୍ମୀପୁର ଥାନାରେ ଅଭିଯୋଗ କରିବାପରେ ପରେ ଅଭିଯୁକ୍ତ ଅଭିମନ୍ୟୁକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତର ଘର ଟିକିରି ନିକଟସ୍ଥ ଜାମୁଗୁଡା ଗାଁର ବୋଲି ଜଣାପଡିଛି । ଧମକ ଦେଇଥିବା ଦୁଇଜଣ ଅଭିଯୁକ୍ତ ଫେରାର୍‌ ଅଛନ୍ତି ବୋଲି ପୁଲିସ ପ୍ରକାଶ କରିଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ