Connect with us

ଆଞ୍ଚଳିକ

ତିତିଲି ପ୍ରଭାବରେ ଗଜପତିର ସ୍ଥିତି ସାଂଘାତିକ

ସାଙ୍କେତିକ ଚିତ୍ର

ତିତିଲି ପ୍ରଭାବରେ ଗଜପତିର ସ୍ଥିତି ସାଂଘାତିକ
ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ସୁବିଧା ସୁଯୋଗ ପ୍ରଦାନ ପାଇଁ ସରକାର ପ୍ରସ୍ତୁତ:ମୁଖ୍ୟ ଶାସନ ସଚିବ
ପାରଳାଖେମୁଣ୍ଡି,:- ତିତିଲି ପ୍ରଭାବରେ ଗଜପତି ଜିଲ୍ଲାରେ ବ୍ୟପକ କ୍ଷୟକ୍ଷତି ଘଟିଛି । ଜିଲ୍ଲାର ସ୍ଥିତି ସାଂଘାତିକ ହେବା ସହ ଜିଲ୍ଲାବାସୀ ଏଥିରେ ବେଶ ପ୍ରଭାବିତ ହୋଇଛନ୍ତି । ତେବେ ସମସ୍ତ ପ୍ରକାର ସ୍ଥିତିକୁ ସମ୍ଭାଳିବା ପାଇଁ ସରକାର ସଜାଗ ଅଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ପ୍ରଭାବିତ ଲୋକଙ୍କୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ ପାଇଁ ସରକାର ପ୍ରସ୍ତୁତ ରହି ସମସ୍ତ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବୋଲି ଅଜି ମୁଖ୍ୟ ଶାସନ ସଚିବ ଅଦିତ୍ୟ ପାଢୀ ପାରଳାଖେମୁଣ୍ଡି ଠାରେ ପ୍ରକାଶ କରିଛନ୍ତି ।

ଆଜି ମଧ୍ୟାହ୍ନରେ ଏକ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ଠାରେ ମୁଖ୍ୟ ଶାସନ ସଚିବ ଅଦିତ୍ୟ ପାଢୀ କିଛି ପଦସ୍ଥ ଅଧିକାରୀଙ୍କ ସହ ପହଞ୍ଚି ଥିଲେ । ଜିଲ୍ଲାପାଳଙ୍କ ସମ୍ମୀଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ତିତିଲି ପ୍ରଭାବରେ ଗଜପତି ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତି ନେଇ ବିଶଦ ସମୀକ୍ଷା କରିବା ସହ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ନିର୍ଦ୍ଧେଶ ଦେଇଥିଲେ । ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଥିଲେ ସରକାର ପ୍ରଭାବିତ ଲୋକଙ୍କ ସୁବିଧା ପାଇଁ ସମସ୍ତ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ରାଜ୍ୟ, ଜିଲ୍ଲାସ୍ତର ଓ ବ୍ଲକସ୍ତରର ପଦାଧିକାରୀମାନେ ସମସ୍ତ ଅଞ୍ଚଳରେ ରହି ଲୋକଙ୍କୁ ଆବଶ୍ୟକୀୟ ସୁବିଧା ସୂଯୋଗ ପ୍ରଦାନ କରୁଛନ୍ତି । ଆହୁରି ଏହାକୁ ବ୍ୟାପକ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଦେଶ ଅନୁଯାଇ କଡା ନିର୍ଦ୍ଧେଶ ଦିଆଯାଇଛି । ତେଣୁ ଏଥିନେଇ କେହି ଭୟଭୀତ ହେବାର ଆବଶ୍ୟକ ନାହିଁ ।

ପ୍ରଭାବିତ ପ୍ରତ୍ୟେକ ପରିବାରକୁ ୫୦କିଲୋ ଚାଉଳ ସହ ଏକ ହଜାର ଟଙ୍କା ତୁରନ୍ତ ଦିଆଯିବ । ବିଦ୍ୟୁତ୍ ବ୍ୟବସ୍ଥା ସଜାଡିବା ପାଇଁ ବ୍ୟପକ ପଦକ୍ଷେପ ନିଆଯାଇଛି । ଆଜି ସଧ୍ୟାସୁଦ୍ଧା ପାରଳାଖେମୁଣ୍ଡି ସହରରେ ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ କାର୍ଯ୍ୟ ସଂପୁର୍ଣ୍ଣ ହେବ । ପର୍ଯ୍ୟାୟକ୍ରମେ ସମଗ୍ର ଜିଲ୍ଲାରେ ତୁରନ୍ତ ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ କାର୍ଯ୍ୟ ସଂପୁର୍ଣ୍ଣ ହେବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ୨୦ତାରିଖ ସୁଦ୍ଧା ସମଗ୍ର ଜିଲ୍ଲାରେ ଏହା ଶେଷ ହେବ ।

ପ୍ରଭାବିତ ପ୍ରତ୍ୟେକଙ୍କୁ ଟାରପ୍ଲିନ୍ ଦିଆଯିବା ଆରମ୍ଭ ହୋଇଛି । ବାତ୍ୟାରେ ମୃତ୍ୟୁବରଣ କରିଥିବା ଲୋକଙ୍କୁ ସରକାରୀ କ୍ଷତିପୂରଣ ଦିଆଯିବ । ନିଖୋଜ ହୋଇଥିବା ଲୋକଙ୍କ ସନ୍ଧାନ ପାଇଁ ପୋଲିସ,ମାଜିଷ୍ଟ୍ରେଟ ଓ ଡାକ୍ତରଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇ ତୁରନ୍ତ ଏହାର ରିପୋର୍ଟ ପ୍ରଦାନ ପାଇଁ ଆଦେଶ ଦିଆଯାଇଛି । ଏହା ପହଞ୍ଚିବା ପରେ ସମସ୍ତ କାର୍ଯକ୍ରମ ଗ୍ରହଣ କରାଯିବ । ଗଜପତି ଜିଲ୍ଲାପାଳ ଅନୁପମ ଶାହାଙ୍କ ସମେତ ଜିଲ୍ଲାର ସମସ୍ତ ଅଧିକାରୀ ଏଥିରେ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ