Connect with us

ଆଞ୍ଚଳିକ

ଆଜି ଓଡ଼ିଶା ଉତ୍କୃଶ ସମ୍ମାନ , ଯୋଗଦେବେ ରାଜ୍ୟପାଳ

ସାଙ୍କେତିକ ଚିତ୍ର

ଆଜି ଓଡ଼ିଶା ଉତ୍କୃଶ ସମ୍ମାନ , ଯୋଗଦେବେ ରାଜ୍ୟପାଳ
ଭୁବନେଶ୍ୱର ଓଡ଼ିଶାର ପ୍ରମୁଖ ଖବର ଗୃହ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପକ୍ଷରୁ ପ୍ରଥମ ଥର ପାଇଁ ସୋମବାର ସଂଧ୍ୟାରେ ରବୀନ୍ଦ୍ର ମଣ୍ଡପ ଠାରେ ଓଡ଼ିଶା ଉକ୍ରର୍ଷ ସମ୍ମାନ ୨୦୧୮(ଓଡ଼ିଶା ଏକ୍ସଲେନ୍ସ ଆୱାର୍ଡ ୨୦୧୮) ସମାରୋହ ଅନୁଷ୍ଠିତ ହେବ । ଏହି ଉତ୍ସବରେ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ବିଶିଷ୍ଟ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ଗୌର ହରି ଦାସ ଅତିଥି ଭାବରେ ଯୋଗଦେବେ ।
ଏହି ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ଉକ୍ରର୍ଷତା ଅର୍ଜନ କରିଥିବା ୧୭ ଜଣ ବ୍ୟକ୍ତି ଓ ତିନୋଟି ଅନୁଷ୍ଠାନକୁ ସମ୍ମାନ ପ୍ରଦାନ କରାଯିବ । ସାହିତ୍ୟ କ୍ଷେତ୍ରରେ ଦେବଦାସ ଛୋଟରାୟ, ସାମ୍ବାଦିକତା କ୍ଷେତ୍ରରେ ସମ୍ପଦ ମହାପାତ୍ର, ନାଟକ କ୍ଷେତ୍ରରେ ସୂର୍ଯ୍ୟ ମହାନ୍ତି, ସିନେମା କ୍ଷେତ୍ରରେ ମିହିର ଦାସ, ପ୍ରଶାସନିକ କ୍ଷେତ୍ରରେ ଶରତ କୁମାର ଦାଶ, କଳା କ୍ଷେତ୍ରରେ ମାନସ କୁମାର ଜେନା, ନେତୃତ୍ୱ କ୍ଷେତ୍ରରେ ସଂଗ୍ରାମ ଧର, ସଂଗୀତ କ୍ଷେତ୍ରରେ ପ୍ରେମ ଆନନ୍ଦ, ଭାଷା କ୍ଷେତ୍ରରେ ଶଙ୍କର୍ଷଣ ପରିଡ଼ା, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡାକ୍ତର ଅନୀତା ପଣ୍ଡା, ପରିବେଶ କ୍ଷେତ୍ରରେ ସୁଧୀର ଦାସ, ସଂସ୍କୃତି କ୍ଷେତ୍ରରେ ଶରତ ଚନ୍ଦ୍ର ଭଦ୍ର, ଯୁବ ଆଦର୍ଶ କ୍ଷେତ୍ରରେ ରବି ଶତପଥୀ, ଧର୍ମ ଓ ଦର୍ଶନ କ୍ଷେତ୍ରରେ ମାତୃପ୍ରସାଦ ମିଶ୍ର, ସମାଜ ସେବା କ୍ଷେତ୍ରରେ ବିପ୍ଲବ ଜେନା, ଶିକ୍ଷା କ୍ଷେତ୍ରରେ ମୋନିକା ଦାସ ଓ କୌଶଳ ବିକାଶ କ୍ଷେତ୍ରରେ ସ୍ୱାଗତ ରାଉତରାୟଙ୍କୁ ସମ୍ମାନ ପ୍ରଦାନ କରାଯିବ । ସେହିପରି ହୋଟେଲ ଶିଳ୍ପରେ ସ୍ୱସ୍ତି ଗ୍ରୁପ୍, ସାମାଜିକ ଉନ୍ନୟନ କ୍ଷେତ୍ରରେ ଜେଏସ୍ପିଏଲ୍ ଫାଉଣ୍ଡେସନ୍ ଓ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ଆଦ୍ୟାନ୍ତ କଲେଜକୁ ଏହି ସମ୍ମାନ ପ୍ରଦାନ କରାଯିବ ।
ସମ୍ମାନ ସମାରୋହ ପରେ ଅନନ୍ତ ମହାଦେବନଙ୍କ ନିର୍ଦ୍ଦେଶିତ ହିନ୍ଦୀ ଚଳଚ୍ଚିତ୍ର ‘ଗୌରହରି ଦାସ୍ତାନ୍’ ପ୍ରଦର୍ଶିତ ହେବ । ସିନେମାଟି ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ଗୌରହରି ଦାସଙ୍କ ଜୀବନ ସଂଘର୍ଷ ଉପରେ ପର୍ଯ୍ୟବସିତ ।
ଏ ଅବସରରେ ସମ୍ମାନିତ ବ୍ୟକ୍ତିତ୍ୱଙ୍କ ସଫଳ ଓ ପ୍ରେରଣାଦାୟୀ କାହାଣୀକୁ ନେଇ ଏକ ସ୍ମରଣିକା ମଧ୍ୟ ପ୍ରକାଶ ପାଇବ ବୋଲି ଓଡ଼ିଆ ମିଡିଆର ନିର୍ଦ୍ଦେଶକ, ଲେଖକ ତଥା ସାମ୍ବାଦିକ ଶୁଭ୍ରାଂଶୁ ପଣ୍ଡା ଜଣାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ