Connect with us

ଅପରାଧ

ଠେଙ୍ଗାରେ ପିଟିଲେ କୂଅରେ ବୁଡାଇ ମାରିଲେ l

ଠେଙ୍ଗାରେ ପିଟିଲେ କୂଅରେ ବୁଡାଇ ମାରିଲେ l
ଝାରସୁଗୁଡ଼ା,୧୭ା୮: ପୂର୍ବ ଶତୃତାକୁ କେନ୍ଦ୍ର କରି ଜିଲ୍ଲାର ବଡ଼ମାଳ ଥାନା ହିରମା ପଂଚାୟତ ଅନ୍ତର୍ଗତ ମୁଣ୍ଡାପଡା ଠାରେ ଜଣେ ଯୁବକକୁ ଠେଙ୍ଗାରେ ପିଟି ପିଟି ବେହୋସ୍ କରିବା ପରେ କୂଅରେ ବୁଡାଇ ବୁଡାଇ ହତ୍ୟା କରାଯାଇଛି । ମୃତକଙ୍କ ନାମ ବିଜୟ ଭୋଇ । ୪୦ ବର୍ଷିୟ ବିଜୟଙ୍କ ଘର ସେହି ପଂଚାୟତର ହରେକୃଷ୍ଣପୁର ଗ୍ରାମରେ ବୋଲି ଜଣାପଡିଛି । ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଆଜି ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି ।

ସୂଚନା ଅନୁଯାୟୀ, ଗତ ରାତିରେ ମୁଣ୍ଡାପଡାର କୁମର ମୁଣ୍ଡା ଓ ଅଜୟ ବରିହା ତାଙ୍କୁ ମଦ ପିଇବାକୁ ଘରୁ ଡାକି ନେଇଥିଲେ । ତିନି ଜଣ ପ୍ରଚୁର ମଦ ପିଇଥିଲେ । ମଦ ନିଶାରେ ଚୁର୍ କୁମର ପ୍ରଥମେ ଏକ ଲାଠି ସାହାଯ୍ୟରେ ବିଜୟଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲା । ଫଳରେ ବିଜୟ ସେହିଠାରେ ଟଳି ପଡିଥିଲେ । ଅଭିଯୁକ୍ତ ଦ୍ୱୟ ତାଙ୍କୁ ଅଚେତ୍ ଅବସ୍ଥାରେ ସେଠାରୁ ଉଠାଇ ନେଇ ରଶି ସାହାଯ୍ୟରେ ବାନ୍ଧି ନିକଟସ୍ଥ କୂଅରେ ବୁଡାଇ ବୁଡାଇ ମାରିଥିଲେ । ହତ୍ୟା ପରେ ତାଙ୍କ ଶବକୁ କୂଅ ନିକଟ କ୍ଷେତରେ ଫୋପାଡି ଚାଲି ଯାଇଥିଲେ । ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ଲୋକଙ୍କ ଠାରୁ ଏ ସମ୍ପର୍କରେ ଖବର ପାଇ ବଡମାଳ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ମୃତକଙ୍କ ଶବ ଜବତ କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲl । ଏ ସଂକ୍ରାନ୍ତରେ ୧୬/୧୮ ରେ ଏକ ହତ୍ୟା ମାମଲା ରୁଜୁ କରି ପୋଲିସ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିଥିଲା । ଆଜି ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି ।

ପ୍ରକାଶ ଥାଉ କି, ଦେଢ଼ ବର୍ଷ ତଳେ ଘଟି ଯାଇଥିବା ଏକ ହତ୍ୟା ମାମଲାରେ ବିଜୟ ବିଚାର ବିଭାଗୀୟ ହାଜତରେ ଥିଲା । ୬ ମାସ ତଳେ ସେ ଜାମିନ୍ ରେ ଆସିଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ