Connect with us

ଅପରାଧ

ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବବୁଲ ଆହତ

ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବବୁଲ ଆହତ
ଭୁବନେଶ୍ୱର,୧୭ା୮: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଂଚଳରେ ପୋଲିସ୍ ଏନକାଉଂଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବବୁଲ ଓରଫ୍ ଫିରୋଜ୍ ଖାଁ ଆହତ ହୋଇଛି । ତାର ବାମ ଗୋଡରେ ଗୁଳି ବାଜିଛି । ଗୁରୁତର ବବୁଲକୁ ପ୍ରଥମେ ଖୋର୍ଦ୍ଧା ଡାକ୍ତାରଖାନାରେ ଭର୍ତି କରାଯାଇଥିଲା ଏବଂ ପରେ ତାକୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।

ଅପରପକ୍ଷରେ ବବୁଲ ପୋଲିସ ଉପରକୁ ବୋମାମାଡ କରିବାରୁ ଥାନା ଅଧିକାରୀ, ଏଏସଆଇ ଓ ଜଣେ କନେଷ୍ଟବଳ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ନିରାକରପୁରରେ ଫିରୋଜ୍ ଥିବା ଖବର ପାଇ ପୋଲିସ୍ ର ଟିମ୍ ଏହି ଅଂଚଳରେ ଚଢାଉ କରିଥିଲା । ଏହି ସମୟରେ ଫିରୋଜ୍ ପୋଲିସ୍ ଉପରକୁ ବୋମାମାଡ଼ କରି ଖସି ପଳାଇ ଯିବାକୁ ଚେଷ୍ଟା କରିଥିଲା । ପୋଲିସ୍ ଜବାବରେ ଗୁଳି ଚଳାଇବାରୁ ସେ ଆହତ ହୋଇଥିଲା । ତା’ର ନାଁରେ ୪୦ରୁ ଅଧିକ ମାମଲା ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ