Connect with us

ଅପରାଧ

ଜଣେ ଚୋରା ବନ୍ଧୁକ ବ୍ୟବସାୟୀକୁ କ୍ୟୁଏଟି ଟିମ ମାଡି ବସିଲା

ସାଙ୍କେତିକ ଚିତ୍ର

ଭୁବନେଶ୍ୱର:- କମିସନେରେଟ ପୋଲିସକୁ ଆଉ ଏକ ସଫଳତା ମିଳିଛି । ଏହାର କ୍ୟୁଏଟି ଟିମ ହାତରେ ଲାଗିଛି ଜଣେ ଚୋରା ବନ୍ଧୁକ ବ୍ୟବସାୟୀ । ତାପାଖରୁ ଗୋଟେ ବନ୍ଧୁକ କିଛି ଗୁଳି ,ଗୋଟେ କରିଜ଼ମା ମୋଟରସାଇକଲ ଜବତ କରି ଅନୁସନ୍ଧାନ ଚଳାଇଛି ।

ସୂଚନା ଅନୁସାରେ ଚିହ୍ନଟ ହୋଇଥିବା ବନ୍ଧୁକ ଚାଲାଣକାରୀର ନାମ ହଉଚି ଆଲୋକ ସାହୁ ଗ୍ରାମ -ସିକୋ ଓ ଥାନା ଜଙ୍କିଆ, ଜିଲ୍ଲା ଖୋର୍ଦ୍ଧା କିନ୍ତୁ ଅଭିଯୁକ୍ତ ବନ୍ଧୁକ ଚାଲାଣକାରୀ ଭୁବନେଶ୍ୱର ଲିଙ୍ଗରାଜ ଥାନା ଅନ୍ତର୍ଗତ ମହାବୀର ନଗର ଅଂଚଳରେ ରହୁଥିଲା । କୌଣସି ଏକ ସୂତ୍ରରୁ କ୍ୟୁଏଟି ଟିମ ଖବର ପାଇ ଅଭିଯୁକ୍ତ ଜଣକ ଏକ କରିଜ଼ମା ମୋଟରସାଇକେଲ ଚଳାଇ ଯାଉଥିବାବେଳେ ମାଡି ବସିଥିଲା । ତଲାସୀ ନେବାରେ ଗୋଟେଂ 7ଏମଏମ ମଉଜର ସହିତ କିଛି ଜୀବନ୍ତ ଗୁଳି ମିଳିଥିଲା । ଟିମ ଅଭିଯୁକ୍ତକୁ ଲିଙ୍ଗରାଜ ପୋଲିସକୁ ହସ୍ତାନ୍ତର କରି ତଦନ୍ତ ଚଳାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ