Connect with us

ଅପରାଧ

ଜଣକୁ କଚାଡି ମାରିଲା ଯଶୋଦା

ସାଙ୍କେତିକ ଚିତ୍ର

ଜଣକୁ କଚାଡି ମାରିଲା ଯଶୋଦା
ଭୁବନେଶ୍ୱର,୮ା୧୧ : ଅନଗୁଳ ଜିଲ୍ଲା ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଅଭୟାରଣ୍ୟ ସତେ ଯେମିତି ରକ୍ତମୁଖା ହୋଇଯାଇଛି । ବାଘୁଣୀ ‘ସୁନ୍ଦରୀ’ ଅପରେସନ ସଫଳ ହେବାର ମାତ୍ର ୨ଦିନ ପରେ ସାତକୋଶିଆ ଅଭୟାରଣ୍ୟରେ କୁମୁକି ହାତୀ ଯଶୋଦା ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି । ଭୁବନେଶ୍ୱର ଚନ୍ଦକା ଅଞ୍ଚଳରୁ ବାଘୁଣୀକୁ କାବୁ କରିବା ପାଇଁ ଆସିଥିବା କୁମୁକି ହାତୀ ଯଶୋଦା ଆଜି ପୁରୁଣାକୋର୍ଟ ମାଟିଆ ସାହି ଗ୍ରାମର ଜଣେ ଯୁବକଙ୍କୁ କଚାଡି ମାରିଛି । ମୃତକ ଜଣଙ୍କ ହେଲେ ସ୍ଥାନୀୟ ଅଞ୍ଚଳର ସୁଧୀର ପ୍ରଧାନ ।

ଗୁରୁବାର ଦିନ ପ୍ରାୟ ୧୨ଟା ବେଳେ ପୁରୁଣାକୋର୍ଟ ରେଞ୍ଜ ଅଫିସ ପରିସରରେ ରହୁଥିବା ଯଶୋଦାକୁ କଦଳୀ ଗଛ ଖାଇବାକୁ ଦେବା ସମୟରେ ସୁଧୀର ପ୍ରଧାନକୁ ଟାଣିନେଇ ହାତୀ ଯଶୋଦା କଚାଡି ମାରିଥିବା ଜଣାପଡିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା । କ୍ଷତିପୂରଣ ବାବଦରେ ମୃତକ ପରିବାରକୁ ୪ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା ହୋଇଥିବା ବେଳେ ତତ୍କାଳ ୪୦ ହଜାର ଟଙ୍କା ସାହାଯ୍ୟ ଦିଆଯାଇଛି । ଏନେଇ ଅନୁଗୁଳ ଡିଏଫ୍ଓ ସୂଚନା ଦେଇଛନ୍ତି ।

ସୂଚନାଥାଉ କି, ସାତକୋଶିଆରେ ଆତଙ୍କ ବାଘୁଣୀ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ କରିବା ପାଇଁ ବିଶେଷଜ୍ଞ ଟିମ୍ ବିଫଳ ହେବା ପରେ ଶେଷରେ ଯଶୋଦାର ସହାୟତା ନିଆଯାଇଥିଲା । ଯଶୋଦା ପିଠି ଉପରେ ବସି ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବା ପାଇଁ ଚନ୍ଦକାରୁ ସାତକୋଶିଆ ଅଣାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ