Connect with us

ଅପରାଧ

ସୁନ୍ଦରୀକୁ ରଖିବା ନେଇ ଅଡ଼ୁଆରେ ସରକାର

ସାଙ୍କେତିକ ଚିତ୍ର

ସୁନ୍ଦରୀକୁ ରଖିବା ନେଇ ଅଡ଼ୁଆରେ ସରକାର
ଭୁବନେଶ୍ୱର,୮ା୧୧: ଟ୍ରାଙ୍କୁଲାଇଜ ହେବା ପରେ ଏବେ ବାଘୁଣୀ ସୁନ୍ଦରୀ କେଉଁଠାରେ ରହିବ ସେଥିନେଇ ଏକପ୍ରକାର ଅଡ଼ୁଆ ପରିସ୍ଥିତି ଦେଖାଦେଲାଣି । ରାଜ୍ୟ ସରକାର ଏହାକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଖାଯିବ ବୋଲି ସରକାର ସ୍ଥିର କରିଥିଲା ବେଳେ ସେଂଟ୍ରାଲ ଜୁ ଅଥରିଟି ଏହାକୁ ବିରୋଧ କରିଛି ।

ଅଥରିଟି ପକ୍ଷରୁ ରାଜ୍ୟ ମୁଖ୍ୟ ବନ ସଂରକ୍ଷକ ସଂଦୀପ ତ୍ରିପାଠୀଙ୍କୁ ଦିଆଯାଇଥିବା ଚିଠିରେ ଦର୍ଶାଯାଇଛି ଯେ, ଜଙ୍ଗଲରୁ ଧରାଯାଇଥିବା ପଶୁମାନଙ୍କୁ ଚିଡ଼ିଆଖାନା ଭିତରେ ରଖାଯାଇ ପାରିବ ନାହିଁ ବୋଲି ନିର୍ଦ୍ଦିଷ୍ଟ ନୀତି ରହିଛି । ନନ୍ଦନକାନନରେ ରଖାଗଲେ ଏହାର ଉଲ୍ଲଂଘନ ହେବ । ସୁନ୍ଦରୀ ନନ୍ଦନକାନନରେ ରହିପାରିବ ନାହିଁ । କେବଳ ବଂଶବୃଦ୍ଧି ପାଇଁ ଚିଡ଼ିଆଖାନାରେ ରଖାଯାଇପାରେ । ସୁନ୍ଦରୀର ଆଚରଣ ଅନୁଧ୍ୟାନ କରିବା ପାଇଁ କେନ୍ଦ୍ରୀୟ ଟିମ୍ ପଠେଇବା ଲାଗି ରାଜ୍ୟ ମୁଖ୍ୟ ବନ ସଂରକ୍ଷକ, ଏନଟିସି ଏବଂ ଡବ୍ଲୁଆଇଆଇକୁ ଚିଠି ଲେଖିବେ । ଅନୁଧ୍ୟାନ ରିପୋର୍ଟ ହସ୍ତଗତ ହେବା ପରେ ପରବର୍ତୀ ଯାହା କିଛି ପଦକ୍ଷେପ ନିଆଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ