Connect with us

ଆଞ୍ଚଳିକ

‘ଚିଲିକା ସେଲ୍ ଡକ୍ ଫୋକ୍ କାର୍ନିଭାଲ’ ଉଦଘାଟନ ଡ଼ିସେମ୍ବର ୭ରେ

ସାଙ୍କେତିକ

‘ଚିଲିକା ସେଲ୍ ଡକ୍ ଫୋକ୍ କାର୍ନିଭାଲ’ ଉଦଘାଟନ ଡ଼ିସେମ୍ବର ୭ରେ
ଭୁବନେଶ୍ୱର, ୦୫ ଡିସେମ୍ବର – ଚଳିତ ଡ଼ିସେମ୍ବର ମାସ ୭ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଚିଲିକାର ବରକୂଳଠାରେ ‘ଚିଲିକା ସେଲ୍ ଡକ୍ ଫୋକ୍ କାର୍ନିଭାଲ’ ଆୟୋଜିତ ହେଉଛି ।

ବରକୂଳଠାରେ ବିଲୁପ୍ତପ୍ରାୟ କଳା ଓ ଇତିହାସ ଆଦିକୁ ‘ପୂର୍ବାଶା’ ନାମରେ ଗଢି ଉଠିଥିବା ସଂଗ୍ରହାଳୟ ପରିସରରେ ୭ ତାରିଖରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ସଚିବ ଅରୁଣ ଗୋଏଲ୍ ଉଦଘାଟନ କରିବେ । କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଏବଂ ରାଜ୍ୟ ସଂସ୍କୃତି ବିଭାଗର ମିଳିତ ସହଯୋଗ କ୍ରମେ ପ୍ରଫୁଲ୍ଲ ପାଠାଗାରର ଉଦ୍ୟୋକ୍ତାମାନଙ୍କ ଉଦ୍ୟମରେ ଏହି ଉତ୍ସବ ଆୟୋଜନ କରାଯାଇଛି । ଏଥିରେ ସମଗ୍ର ଓଡ଼ିଶାର ଲୁପ୍ତପ୍ରାୟ କଳା ଏବଂ ସମଗ୍ର ଦେଶର ଲେକକଳା ପ୍ରଦର୍ଶନୀ ସହିତ ବିଭିନ୍ନ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେବ ।

ଚିଲିକା ଓ ଏହାର ଆଖାପାଖ ଅଂଚଳର ବିଭିନ୍ନ ଯୁବଗୋଷ୍ଠୀଙ୍କୁ ନେଇ ଝୋଟୀ, ଚିତା, ହୁଳହୁଳି, ଶଙ୍ଖ, ମିସ୍ ଚିଲିକା, ମିଷ୍ଟର ଚିଲିକା, ଦଉଡ଼ିଟଣା, ଚିତ୍ରଅଙ୍କା, ବାଘନାଟ, ଠାକୁରାଣୀ ଯାତ୍ରା, ଡୁଡୁକି, ଖଞ୍ଜଣି, କେନ୍ଦେରା, ଧନ କୋଇଲା, ବୁଢାବୁଢୀ ନାଚ, ମଟକା (ହାଣ୍ଡିବୁହା), ନୌକା ·ଳନା ପ୍ରତିଯୋଗୀତା ଓ ରୋଷେଇ ପ୍ରତିଯୋଗୀତା ଆଦି ଅନୁଷ୍ଠିତ ହେବ । ସବୁଠୁ ଅନ୍ୟତମ ଆକର୍ଷଣ ହେବ ଜଉ କଣ୍ଢେଇ ବାହାଘର ଉତ୍ସବ । ଏହି ବାହାଘରରେ ଦୁଇଟି ଗାଁରୁ ବରଯାତ୍ରୀ ଓ କନ୍ୟାଯାତ୍ରୀଙ୍କ ଶୋଭାଯାତ୍ରା ଅଣାଯାଇ ଏହି ଗାଁକୁ ନିଶାମୁକ୍ତ, ବାହ୍ୟ ମଳତ୍ୟାଗମୁକ୍ତ, ସବୁ ଝିଅଙ୍କୁ ପାଠ ପଢାଇବା ଏବଂ ଯୌତୁକ ବିହୀନ ବିବାହ କରିବା ପାଇଁ ବରଯାତ୍ରୀ ଓ କନ୍ୟାଯାତ୍ରୀ ଭାବେ ଆସିଥିବା ଗ୍ରାମବାସୀମାନେ ଶପଥପାଠ କରିବେ । ଏହାଛଡ଼ା ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଆସାମର ମଞ୍ଜିନର, ଚକ୍ରି, କାଲବେଲିଆ ନୃତ୍ୟ, କାଶ୍ମୀରର ରଫ ନୃତ୍ୟ, ମହାରାଷ୍ଟ୍ରର କୋଲି ନୃତ୍ୟ, ଆସାମର ବିହୁ, ଗୁଜୁରାଟର ଦାଣ୍ଡିଆ, ପୁଲିଆଛଉ ପରିବେଷଣ କରାଯିବ ।

ଗୁରୁବାର ସନ୍ଧ୍ୟାରେ ଓଡ଼ିଶା ପ୍ରେସକ୍ଲବ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱଦେଶ ସୁନ୍ଦର ପଟ୍ଟନାୟକ ଏହି ଉତ୍ସବ ଏବଂ ଅନୁଷ୍ଠାନ ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ୧୯୭୪ ମସିହାରେ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ପ୍ରଫୁଲ୍ଲ ଦାସଙ୍କ ସ୍ମୃତିରେ ସୋସାଇଟି ଫର୍ ଡ଼େଭଲପମେଂଟ ଅଫ ରୁରାଲ ଲିଟରେଚର ସଂସ୍ଥା ଗଠନ କରାଯାଇଥିଲା । ବର୍ତମାନ ଏହି ସଂସ୍ଥା ବର୍ତମାନ ପର୍ଯ୍ୟନ୍ତ ପ୍ରଫୁଲ୍ଲ ଶିରୋନାମା ସିରିଜରେ ୨୯ଟି ଦୁଲର୍ଭ ପୁସ୍ତକ ଇଂରାଜୀ ଏବଂ ଓଡ଼ିଆଭାଷାରେ ପ୍ରକାଶ ପାଇଛି । ଏହାଛଡ଼ା ପ୍ରଫୁଲ୍ଲ ପାଠାଗାର ଏବଂ ପ୍ରଫୁଲ୍ଲ ସଂଗ୍ରହାଳୟ ନାମରେ ଓଡ଼ିଆ ଭାଷା, ସାହିତ୍ୟ, ଲୋକକଳା, ସାମାଜିକ ଚଳଣି ଓ ପିଠାପଣା ଆଦିର ସୁରକ୍ଷା ନିମିତ ବରକୂଳଠାରେ ୫ ଏକର ଜମିରେ ଏହି ସଂଗ୍ରହାଳୟ ଓ ଲାଇବ୍ରେରୀ ଗଢି ଉଠିଛି ବୋଲି ସେ ପ୍ରକାଶ କରିଥିଲେ ।

ଚିଲିକାକୁ ପ୍ରତିବର୍ଷ ୫ ଲକ୍ଷରୁ ଉଦ୍ଧ୍ୱର୍ ପର୍ଯ୍ୟଟକ ବିଶ୍ୱର ବିଭିନ୍ନ ରାଷ୍ଟ୍ରରୁ ଆସୁଥିବାରୁ ଏହି ସ୍ଥାନଟିକୁ ପ୍ରଫୁଲ୍ଲ ପାଠାଗାର ଏବଂ ପୂର୍ବାଶା ସଂଗ୍ରହାଳୟ ପାଇଁ ମନୋନୀତ କରାଯାଇଛି । ଏହି ସମ୍ବାଦିକ ସମ୍ମିଳନୀରେ ପୂର୍ବତନ ଅବସରପ୍ରାପ୍ତ କର୍ଣ୍ଣେଲ ପି.ସି. ପଟ୍ଟନାୟକ, ସମାଜସେବୀ ତଥା ଚାଟାର୍ଡ଼ ଆକାଉଂଟଣ୍ଟାଣ୍ଟ ଶରତ ଭଦ୍ର ଏବଂ ଦୈନିକ ‘ସମାଜ’ର ସଂଯୋଜକ ସୁରେଶ ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହି ୫ ଦିନ ବ୍ୟାପୀ ମହୋତ୍ସବର ସଫଳତା ପାଇଁ ଗଣମାଧ୍ୟମର ସହଯୋଗ କାମନା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ