Connect with us

ଓଡିଶା

କୋଣାର୍କ ଉତ୍ସବ ଉଦଯାପିତ

ସାଙ୍କେତିକ

କୋଣାର୍କ ଉତ୍ସବ ଉଦଯାପିତ
ଭୁବନେଶ୍ୱର, ୦୫ ଡିସେମ୍ବର– ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ କୋଣାର୍କ ଉତ୍ସବ ପାଞ୍ଚମ ଦିବସରେ ଉଦଯାପିତ ହୋଇଯାଇଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ କୋଣାର୍କ ଉତ୍ସବର ଉଦଯାପନୀ ସଂଧ୍ୟାରେ ଶାସ୍ତ୍ରୀୟ ଭାରତନାଟ୍ୟମ ଓ ଓଡିଶୀ ନୃତ୍ୟନାଟିକାରେ ପୂରାଣର ପ୍ରସଙ୍ଗ ମଂଚାୟିତ ହୋଇଛି ।

ବିଶ୍ୱ ଐତିହ୍ୟ ଅର୍କକ୍ଷେତ୍ର ସୂର୍ଯ୍ୟ ମନ୍ଦିର ପାଦଦେଶରେ ଶାସ୍ତ୍ରୀୟ ନୃତ୍ୟର ପରିପାଟି ଓ ଉପସ୍ଥାପନାକୁ ନେଇ ମୁକ୍ତାକାଶ ରଙ୍ଗମଂଚରୁ ଝରି ପଡୁଥିଲା ଗୀତ-ବାଦ୍ୟ ଓ ନୃତ୍ୟର ରସଯୁକ୍ତ ସଲିଳ । ଆଲୋକ ମାଳାରେ ସଜାଇ ହୋଇଥିବା ପରିସରଟି ମନୋରମ ଥିଲା । ଏହିପରି ଏକ ଦୃଶ୍ୟପଟ୍ଟରେ ବୈଭବ ଆରେକର୍ କବିରାଜ ଜୟଦେବଙ୍କ ଶ୍ରୀ ଗୀତଗୋବିନ୍ଦମ୍ କାବ୍ୟ ଅର୍ନ୍ତଗତ ଦଶାବତାରକୁ ନିଖୁଣ ଭାବେ ଉପସ୍ଥାପନ କରି ମୋହିତ କରିଥିଲେ ନୃତ୍ୟାନୁରାଗୀ ଦର୍ଶକଙ୍କୁ ।
ବାଲୁକା ମହୋତ୍ସବର ଅନ୍ତିମ ଦିବସରେ ମନ୍ଦିର ଓ କୀର୍ତିରାଜିରକୁ ନେଇ ବାଲୁକା ଶିଳ୍ପୀମାନେ ନିଜ ନିଜର ନିଖୁଣ କଳା ଚାତୁରିକୁ ନେଇ ବାଲିରେ ନିଜର କଳା ପ୍ରଦର୍ଶିତ କରିଥିଲେ । ଏହି ବାଲୁକାକଳା ଦେଖିବା ପାଇଁ ଚନ୍ଦ୍ରଭାଗା ବେଳାଭୁମୀରେ ପର୍ଯ୍ୟଟକଙ୍କ ଭିଡ ପରିଲିକ୍ଷିତ ହୋଇଥିଲା । ଉଦ୍ଯାପନୀ ସମାବେଶରେ ଆର୍ନ୍ତଜାତୀୟ ବାଲୁକା କଳାର କୃତୀ ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଉଦଯାପନୀ ଦିବସର ଅତିଥି ଭାବେ ପ୍ରଦୀପ ପ୍ରଜ୍ୱଳନ କରି ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଆର. ବାଲ୍କ୍ରିଷ୍ଣନ୍, ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଞ୍ଜନ ପାଣୀଗ୍ରାହି, ପର୍ଯ୍ୟଟନ ସଚିବ ବିଶାଲ ଦେବ, ଇପିକଲ୍ ପରିଚାଳନା ନିର୍ଦ୍ଦେଶକ ନିତିନ ଭାନୁଦାସ ଜାୱଲେ ,ନିର୍ଦ୍ଦେଶକ ପର୍ଯ୍ୟଟନ ସଚ୍ଚିନ ରାମଚନ୍ଦ୍ର ଜାଦବ ଉପସ୍ଥିତ ଥିଲେ ।

ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀ ଉତ୍ପଳ ପତି ଓ ରତିକାନ୍ତ ପଟ୍ଟନାୟକ, ବିଜୟ କୁମାର ଜେନା, ସରୋଜ କାନ୍ତ ପ୍ରଧାନଙ୍କ କର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ କରିଥିଲେ ଏବଂ ସୁଶାନ୍ତ କୁମାର ପାଣିଗ୍ରାହୀ ଓ ବିଷ୍ଣୁ ପ୍ରସାଦ ସିଂହ ଗଣ ମାଧ୍ୟମକୁ କାର୍ଯ୍ୟକ୍ରମର ତଥ୍ୟ ଯୋଗାଇବାରେ ସହଯୋଗ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା